ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି ରାଜଧାନୀରୁ ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ବନ୍ଧ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ପ୍ରଜ୍ଞା ପାରମିତା ଧଳ।
ସୂଚନାମୁତାବକ, ମୃତ ମହିଳା ଗତକାଲି ରାତିରେ ସପରିବାର ସହ ପଡୋଶୀ ଘରେ ଭୋଜି କରିଥିଲେ।ଭୋଜି ସରିବା ପରେ ବିଳମ୍ବିତ ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଛନ୍ତି ପ୍ରଜ୍ଞା। ତେବେ ଆଜି ପରିବାର ଲୋକେ ପ୍ରଜ୍ଞା ଙ୍କର ଝୁଲନ୍ତା ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଏହା ପରେ ଘଟଣାସ୍ଥଳରେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ସ୍ୱାମୀକୁ ପୋଲିସର ପଚରାଉଚରା କରୁଥିବା ସୂଚନା ମିଳିଛି।