ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ଅର୍ଥାତ୍ ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ତେବେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ହୋଇପାରେ ଆଲୋଚନା । ତେବେ ଅନେକ ପ୍ରସ୍ତାବ ଉପରେ ବି ବାଜିପାରେ ମୋହର । ବିଶେଷକରି କ୍ରୀଡା ଓ ଶିକ୍ଷା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର ।

ସନ୍ଧ୍ୟା ୫.୩୦ ରେ ଏହି ବୈଠକ ବସିବାର ସୂଚନା ରହିଛି ।

ବୈଠକରେ 10 ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ପାନୀୟ ଜଳ ଯୋଗାଣ, କୃଷି, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ବିଷୟରେ ହେବ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ଭିସି ଜରିଆରେ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ । କ୍ୟାବିନେଟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ । ବୈଠକରେ ରାଜ୍ୟ ସ୍ବାର୍ଥ ସମ୍ବଳିତ 10ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବ ।ଆଗକୁ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଣିପାରନ୍ତି ସରକାର । ପଞ୍ଚାୟତିରାଜ, ପାନୀୟଜଳ, ମହିଳା ଏବଂ ଶିଶୁ ବିକାଶ, ସ୍ବାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଆଇନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ।

ପ୍ରକାଶ ଥାଉ କି, ଶେଷ ଥର ପାଇଁ ଅକ୍ଟୋବର 15 ତାରିଖରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ରାଜ୍ୟରେ ଠିକା ନିଯୁକ୍ତି ଯୁଗ ଶେଷ କରିଥିଲେ ରାଜ୍ୟ ସରକାର । 57 ହଜାର ଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ନିଷ୍ପତ୍ତି ହୋଇଥିଲା । ଏନେଇ 1300 କୋଟି ଅଧିକ ବ୍ୟୟ ହେବାକୁ କ୍ୟାବିନେଟ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟବ୍ୟାପୀ ଠିକା କର୍ମଚାରୀଙ୍କ ସେଲିବ୍ରେସନ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର 22 ତାରିଖରେ ହୋଇଥିବା ଗତ କ୍ୟାବିନେଟ ବୈଠକରେ 16ଟି ବିଭାଗର 33ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା

Related Posts