ବିହାର କ୍ରିକେଟ ଆସୋସିଏଶନର ଅଧ୍ୟକ୍ଷଙ୍କ ନାମରେ ବଳତ୍କାର ଅଭିଯୋଗ

ପାଟନା(ସତ୍ୟପାଠ ବ୍ୟୁରୋ): ବିହାର କ୍ରିକେଟ ଆସୋସିଏଶନର ଅଧ୍ୟକ୍ଷଙ୍କ ନାମରେ ଆସିଛି ବଳତ୍କାର ଅଭିଯୋଗ । ଏ ଖବରଟି ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ମହିଳା ଜଣଙ୍କ ପାରଲିଆମେଣ୍ଟ ଷ୍ଟ୍ରିଟ ଥାନାରେ ବିହାର କ୍ରିକେଟ ଆସୋସିଏଶନର ଅଧ୍ୟକ୍ଷ ରାକେଶ ତିୱାରୀଙ୍କ ବିରୋଧରେ ବଳକ୍ରାର ଓ ନିର୍ଯାତନା ମାମଲା ରୁଜୁ କରିଛନ୍ତି । ତେବେ ଗତ ବର୍ଷ ମାର୍ଚ୍ଚରେ ବିହାର କି୍ରକେଟ ଆସୋସିଏଶନ ପକ୍ଷରୁ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଇଭେଣ୍ଟର ବିଜ୍ଞାପନ ସମ୍ପର୍କୀତ କାର୍ଯ୍ୟ ଲାଗି ବିସିଏ ମୁଖ୍ୟ ଆମକୁ ଯୋଗାଯୋଗ କରିଥିଲେ ।

କିନ୍ତୁ କାମ ଶେଷ ହେବା ପରେ ଆସୋସିଏଶନ ଆମ ଟଙ୍କା ଦେଇନଥିଲେ । ଗତ ଜୁଲାଇ ୧୨ ତାରିଖରେ ରାକେଶ ତିୱାରୀ ଦିଲ୍ଲୀରେ ଥିବା ବେଳେ ତାଙ୍କୁ ଭେଟି ଟଙ୍କା ଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଏହି ଘଟଣା ଉପରେ ଆଲୋଚନା କରିବା ପାଇଁ କ୍ରିକେଟ ପ୍ରଶାସକ ତାଙ୍କୁ ଏକ ଫାଇବ ଷ୍ଟାର ହୋଟେଲକୁ ନେଇ ନିର୍ଯାତନା ଦେବା ସହ ବଳତ୍କାର ଉଦ୍ୟମ କରିଥିଲେ ବୋଲି ପୀଡ଼ିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

Related Posts