ସାବିତ୍ରୀ ଅମାବାସ୍ୟା ଦିନ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର: ଚଳିତ ମାସ 30 ରେ ପଡୁଛି ସାବିତ୍ରୀ ଅମାବାସ୍ୟା | ତେବେ ଏହି ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ । ପୂର୍ବରୁ ବିଦ୍ୟାଳୟ ବନ୍ଦ ନେଇ ଘୋଷଣା କରାଯାଇଥିବା ବେଳେ, ଏବେ ଉଚା ଶିକ୍ଷାନୁଷ୍ଠାନ ବନ୍ଦ ନେଇ ସୂଚନା ପ୍ରକାଶ ପାଇଛି | ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ନିୟମ ଲାଗୁହେବା ପରେ ଚଳିତ ମାସ 30 ରେ ପଡୁଥିବା ସାବିତ୍ରୀ ଅମାବାସ୍ୟା ଦିନ ମଧ୍ୟ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

ତେବେ ସାବିତ୍ରୀ ଅମାବାସ୍ୟାରେ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଚର୍ଚ୍ଚା ହେଉଥିଲା । ଗୁରୁବାର ବିଧିବଦ୍ଧ ଘୋଷଣା ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଡିଗ୍ରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ ବନ୍ଦ ରଖିବା ପାଇଁ ଚିଠି ଲେଖାଯାଇଛି ।

ପୂର୍ବରୁ ସ୍କୁଲ ଓ ଜୁନିୟର କଲେଜ ମଧ୍ୟ ସାବିତ୍ରୀ ଅମାବାସ୍ୟାରେ ବନ୍ଦ ନେଇ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା ।

Related Posts