ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଦଳିଲେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ। ଡାକ୍ତର ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଏଆଇସିସି। ଓଡ଼ିଶା ସହିତ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଥିବା ଡାକ୍ତର ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ କରିଛି ଏଆଇସିସି।
ଏହା ସହିତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ନୂଆ ଦଳୀୟ ପ୍ରଭାରୀ ନିଯୁକ୍ତ କରିଛି ଏଆଇସିସି। ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସ ପ୍ରଭାରୀ କରାଯାଇଥିବା ବେଳେ ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ଼, ମୁକୁଲ ୱାସନିକ୍ଙ୍କୁ ଗୁଜରାଟ, ସୁଖଜିନ୍ଦର ସିଂହ ରାନ୍ଧ୍ୱାଙ୍କୁ ରାଜସ୍ଥାନ, ଦେବେନ୍ଦ୍ର ଯାଦବଙ୍କୁ ପଞ୍ଜାବ, ମାନିକରାଓ ଠାକରେଙ୍କୁ ଗୋଆ, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲୀ, ଗିରିଶ ଚୋଡ଼ଙ୍କରଙ୍କୁ ତ୍ରିପୁରା, ସିକ୍କିମ, ମଣିପୁର ଓ ନାଗାଲାଣ୍ଡ, ଏମ୍ ଟାଗୋରଙ୍କୁ ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ ଦେଇଛି ଏଆଇସିସି।