
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ନିକଟରେ ଘରୋଇ ବିମାନ ଗୁଡ଼ିକରେ ଅନେକ ବୈଷୟିକ ତ୍ରୁଟି ପରିଲକ୍ଷିତ ହେଉଥିବା ସାମ୍ନାକୁ ଆସିଥିଲା ଏହି ପ୍ରସଙ୍ଗରେ ସିନ୍ଧିଆ ଏପରି କହିଛନ୍ତି।ନିକଟରେ ଘରୋଇ ବିମାନରେ ବୈଷୟିକ ତ୍ରୁଟି ପରିକ୍ଷଲକ୍ଷିତ ହୋଇଥିବାରୁ ସେଗୁଡିକ ମଧ୍ୟରୁ ଅନେକ ଅଧା ରାସ୍ତାରୁ ଫେରି ଆସିଥିବା ବେଳେ ଆଉ କେତେକଙ୍କର ଜରୁରୀକାଳୀନ ଅବତରଣ କରାଯାଇଥିଲା।ଲୋକସଭାରେ ଏ ସଂପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସିନ୍ଧିଆ ଦର୍ଶାଇଛନ୍ତି ଗତବର୍ଷ ଜୁଲାଇରୁ ଚଳିତବର୍ଷ ଜୁନ୍ ମଧ୍ୟରେ ଘରୋଇ ବିମାନ କ୍ଷେତ୍ରରେ ୪୭୮ଟି ବୈଷୟିକ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଛି।