(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଏବେଠୁ ରାଜନୈତିକ ହଲଚଲ ଦେଖିବାକୁ ମିଳିଲାଣି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଆଭିମୁଖ୍ୟ ସ୍ପଷ୍ଟ କରୁଛନ୍ତି। ଗତ କିଛିଦିନ ହେବ ଅସଦୁଦ୍ଦିନ ଓୱେସୀଙ୍କ ଏଆଇଏମ୍ଆଇଏମ୍ ସହ ଗଠବନ୍ଧନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏ ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇ ବିଏସପି ସୁପ୍ରିମୋ ମାୟାବତୀ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଏକାକୀ ନିର୍ବାଚନ ଲଢିବ। ଏହା ପରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଉତ୍ତରପ୍ରଦେଶର ୧୦୦ ଆସନରେ ନିର୍ବାଚନ ଲଢ଼ିବ । ଏଥର ନିର୍ବାଚନରେ ଏଆଇଏମ୍ଆଇଏମ୍ ଏସ୍ବିଏସ୍ପି ସହିତ ଗଠବନ୍ଧନ କରି ନିର୍ବାଚନ ଲଢ଼ିବ ବୋଲି ଓୱେସୀ ଘୋଷଣା କରିଛନ୍ତି। ଏନେଇ ଏକାଧିକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦଦ୍ଦୁନି ଓୱେସୀ। ସେ ଟ୍ୱିଟ୍ କରି ଲେଖିଛନ୍ତି ” ୟୁପି ବିଧାନସଭା ନିର୍ବାଚନରେ ଆମେ ୧୦୦ଟି ଆସନରେ ଲଢ଼ିବୁ । ଏଥିପାଇଁ ପ୍ରାର୍ଥୀ ଚୟନ ଆରମ୍ଭ ହୋଇଗଲାଣି। ଆମେ ଓମପ୍ରକାଶ ରାଜଭରଙ୍କ ଭାଗିଦାରୀ ସଂକଳ୍ପ ମୋର୍ଚ୍ଚା ସହତି ଗଠବନ୍ଧନ କରିଛୁ।” ସୂଚନାଯୋଗ୍ୟ ଯେ , ଗତ ୟୁପି ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ଦଳ ୨୦ ଆସନରେ ନିର୍ବାଚନ ଲଢ଼ିଥିଲା। ସେଥିରେ ୫ଟିରେ ବିଜୟୀ ହୋଇଥିଲା।
Related Posts
-
Copyright © SatyaPatha2021