ଅଗ୍ନିପଥ ଯୋଜନା: ରବିବାର ଜନ୍ତର ମନ୍ତରଠାରେ ‘ସତ୍ୟଗ୍ରାହ’ କରିବ କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶରେ ଦେଖିବାକୁ ମିଳିଛି ପ୍ରତିବାଦର ସ୍ବର । ଅନେକ ସ୍ଥାନରେ ହିଂସା କାଣ୍ଡ ମଧ୍ଯ ଘଟୁଛି । ଜନଜୀବନ ନଷ୍ଟ ହେବା ସହ ଯାହାକୁ ନେଇ ଶାସକ ଓ ବିରୋଧି ମହାମୁହି ହୋଇଛନ୍ତି ।

ବିକ୍ଷୋଭ ଏବେ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଥିବା ବେଳେ, ଦିନକୁ ଦିନ ଏହି ପ୍ରତିିବାଦ ଉଗ୍ର ରୂପ ଧାରଣ କରିଛି । କଂଗ୍ରେସ ମଧ୍ୟ ବିରୋଧର ସ୍ବର ଉଠାଇଛି। ମୋଦି ସରକାରଙ୍କୁ ଘେରିବାକୁ ଯାଇ କଂଗ୍ରେସ ଏମ୍‌ପି ଓ ବିଧାୟକମାନେ ରବିବାର ପୂର୍ବହ୍ନ ୧୦ଟାରେ ଜନ୍ତର ମନ୍ତରଠାରେ ଏକ ‘ସତ୍ୟଗ୍ରାହ’ର ଆୟୋଜନ କରିବେ ବୋଲି ଶନିବାର ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯେଉଁଥିରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରୁଥିବା ଯୁବକଙ୍କ ସହ ଏକତା ପ୍ରଦର୍ଶନ କରାଯିବ। ଏହି ଯୋଜନା ବିରୋଧରେ ଦେଶର ଯୁବକମାନେ ରାସ୍ତାରେ ଓହ୍ଲାଇଛନ୍ତି। ଫଳରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି ।

Related Posts