ଅଗ୍ନିପଥ ଯୋଜନା: ଭାରତୀୟ ବାୟୁସେନାରେ ସାମିଲ ହେବା ନେଇ ରବିବାର ସୁଦ୍ଧା ୫୬୯୬୦ ଜଣ କଲେଣି ନାଁ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଥିବା ବେଳେ, ଏହାରି ମଧ୍ୟରେ ସରକାର ନିଜ ଜିଦ ରେ ଅଟଳ ରହିଛନ୍ତି । ଭାରତୀୟ ବାୟୁସେନାରେ ସାମିଲ୍ ହେବା ନେଇ ଅଗ୍ନିପଥ ଯୋଜନାରେ ରେଜିଷ୍ଟ୍ରେସନ ପକ୍ରିୟା ଆରମ୍ଭ ହୋଇଥିବା ବେଳେ, ରବିବାର ସୁଦ୍ଧା ୫୬୯୬୦ ଜଣ ରେଜିଷ୍ଟ୍ରେସନ କରିଥିବା ଜଣାପଡିଛି । ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ୱିଟରରେ ସୂଚନା ଦିଆଯାଇଛି ।

ଭାରତୀୟ ବାୟୁସେନା ପକ୍ଷରୁ ରବିବାର ଟ୍ୱିଟ୍ କରି କୁହାଯାଇଛି ଯେ, ଅଗ୍ୱିପଥ ଯୋଜନାରେ ୫୬୯୬୦ ଜଣ ଆବେଦନ କରିଛନ୍ତି । ଯେଉଁଥିରୁ ଭବିଷ୍ୟତର ଅଗ୍ୱିବୀର ତିଆରି ହେବେ । ଜୁଲାଇ ୫ ତାରିଖ ଯାଏଁ ଆବେଦନ କରାଯାଇପାରିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଜୁନ ୧୪ରେ ହୋଇଥିବା ଘୋଷଣା

ଗତ ୧୪ ତାରିଖରେ ସରକାର ଅଗ୍ନିପଥ ଯୋଜନା ଆମ୍ଭ କରି କହିଥିଲେ ଯେ, ୧୭ରୁ ୨୧ ବର୍ଷର ଯୁବକଙ୍କୁ ସେନାରେ ୪ ବର୍ଷ ପାଇଁ ନିଯୁକ୍ତ ହେବେ । ଏହାମଧ୍ୟରୁ ୨୫ ପ୍ରତିଶତଙ୍କୁ ନିୟମିତ ଭାବେ ସେନାରେ କାମ କରିବାକୁ ସୁଯୋଗ ମିଳିବ । ଏହି ଯୋଜନାକୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି ।

୨୦୨୨ ପାଇଁ ବୟସସୀମା ୨୩

ସରକାର ଜୁନ ୧୬ରେ ଏହି ଯୋଜନାରେ ସାମିଲ ପାଇଁ ସର୍ବାଧିକ ବୟସସୀମାକୁ ୨୩ କରିଥିଲେ । ଏହାପରେ ଗୃହ ମନ୍ତ୍ରାଳୟ ଅର୍ଦ୍ଧସୈନିକ ବଳ ଓ ପ୍ରତିରକ୍ଷା ବିଭାଗ ନିୟ ମନ୍ତ୍ରାଳୟରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବେ ବୋଲି ଘୋଷଣା କରିଥିଲେ

Related Posts