ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା; ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା। ଦେଢ ବର୍ଷ ପରେ ସାପ ବିଷ ଲିଙ୍କ ନେଇ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ସିଟି ଡ଼ିଏଫଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ। ଗତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ଭୁବନେଶ୍ୱରରୁ ଜବତ ହୋଇଥିଲା ୧ ଲିଟର ୬୦୦ ମିଲି ଲିଟର ସାପ ବିଷ।

ସେ ସମୟରେ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିଲା। ପରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଥିଲା ବନ ବିଭାଗ। ତେବେ ଦୀର୍ଘ ଦେଢ ବର୍ଷ ପରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Related Posts