ବଲିଉଡ ପରେ ଏବେ ହଲିଉଡ ଫିଲ୍ମ୍ ରେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ: ଫିଲ୍ମର ପୋଷ୍ଟର ସେୟାର କରି ଦେଲେ ଖୁସି ଖବର

ମୁମ୍ବାଇ : ବଲିଉଡ ପରେ ଏବେ ହଲିଉଡ୍ ରେ ପାଦ ଥାପିବାକୁ ଯାଉଛନ୍ତି ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଏନେଇ ସେ ତାଙ୍କର ପ୍ରଥମ ହଲିଉଡ ଫିଲ୍ମର ପୋଷ୍ଟର ସେୟାର କରି ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି। ତାଙ୍କର ପ୍ରଥମ ହଲିଉଡ ଚଳଚ୍ଚିତ୍ର ନାମ ହେଉଛି ‘ଟେଲ ଇଟ ଲାଇକ ଏ ୱମେନ’ ।

କହିବାକୁ ଗଲେ ସୋସିଆଲ ମିଡିଆରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ବହୁତ ଆକ୍ଟିଭ୍‌ । ସେଥିପାଇଁ ସେ କେବଳ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ଖୁସି ଖବର ସେୟାର କରିଛନ୍ତି। ଫିଲ୍ମ ‘ଟେଲ ଇଟ ଏ ଲାଇମ ୱମେନ’ ଜଣେ ନୁହେଁ ବରଂ ଆଠ ଜଣ ମହିଳାକୁ ନେଇ ନିର୍ମାତା ନିର୍ଦ୍ଦେଶନା ଦେଇଛନ୍ତି। ପୋଷ୍ଟର ସେୟାର କରି ଜ୍ୟାକଲିନ ଲେଖିଛନ୍ତି ଯେ ସେ ଏହି ପ୍ରକଳ୍ପର ଅଂଶ ହୋଇଥିବାରୁ ଗର୍ବିତ। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ୮ଜଣ ମହିଳା ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ସଂକଳନ । ମୋତେ ଏହି ବିଶେଷ ଯାତ୍ରାର ଏକ ଅଂଶ କରିଥିବାରୁ ଅନେକ ଅନେକ ଧନ୍ୟବାଦ।

ପୋଷ୍ଟର ବିଷୟରେ କହିବାକୁ ଗଲେ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ମାର୍ଗେରିଟା, ଇଭା ଲଙ୍ଗୋରିଆ, କାରା ଡେଲିଭେଙ୍ଗେନ୍, ଆନ୍ ୱାଟାନାବେ, ଜେନିଫର୍ ହଡସନ୍ ଏବଂ ମାରସିୟା ଗେ ହାରଡେନଙ୍କୁ ଦେଖିବାକୁ ମିଳିଛି । ଏହା କମେଡି-ଡ୍ରାମା ଏବଂ ଆନିମେସନ୍ ଉପରେ ଆଧାରିତ ହେବ । ଏହା ବ୍ୟତୀତ ତାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ ‘ସର୍କସ୍’, ‘ରାମ ସେତୁ’ରେ ଦେଖିବାକୁ ମିଳିବ।

Related Posts