ଶପଥ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ସମ୍ବୋଧନ; “ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ.ଭି.ରମଣା, ଦ୍ରୌପଦୀ ମୁର୍ମୁ ଙ୍କୁ ୧୫ତମ ରାଷ୍ଟ୍ରପତି ଭାବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ କହିଛନ୍ତି ଯେ ସଂସଦରେ ଛିଡା ହେବା – ସମସ୍ତ ଭାରତୀୟଙ୍କ ଆଶା, ଆକାଂକ୍ଷା ଏବଂ ଅଧିକାରର ପ୍ରତୀକ – ମୁଁ ନମ୍ରତାର ସହିତ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।ଏହି ନୂତନ ଦାୟିତ୍ବ ତୁଲାଇବା ପାଇଁ ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନ ମୋ ପାଇଁ ଏକ ପ୍ରମୁଖ ଶକ୍ତି ହେବ, ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା ।

ମୋର ନାମାଙ୍କନ ହେଉଛି ପ୍ରମାଣ ଯେ ଭାରତର ଗରିବମାନେ କେବଳ ସ୍ୱପ୍ନ ଦେଖିପାରିବେ ନାହିଁ ବରଂ ସେହି ସ୍ୱପ୍ନକୁ ମଧ୍ୟ ପୂରଣ କରିପାରିବେ । ଗୋଟିଏ ଗରିବ ପରିବାରରୁ ଯେପରି ଆସି ମୁଁ ଏଠାରେ ପହଁଚିଛି ଏହା ସମସ୍ତଙ୍କ ପାଇଁ ମଧ୍ୟ ଭାରତୀୟ ଗଣତନ୍ତ୍ର ପାଇଁ ମଧ୍ୟ ଏକ ଉଦାହରଣ ହୋଇ ରହିବ । ଏଠିକି ଆସିବାର ମୋର କିଛି ବ୍ୟକ୍ତିଗତ ଉପଲବ୍ଧି ନାହିଁ ଏହା ଆପଣମାନଙ୍କର ଏବଂ ଗଣତନ୍ତ୍ରର ଶକ୍ତି ।

ମୁଁ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ସ୍ବାଧୀନ ଭାରତରେ ଜନ୍ମଗ୍ରହଣ କରିଛି। ଆମର ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଭାରତର ନାଗରିକମାନଙ୍କ ସହିତ ଥିବା ଆଶାକୁ ପୂରଣ କରିବା ପାଇଁ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ ।ଭାରତ ସବୁ କ୍ଷେତ୍ରରେ ବିକାଶ କରୁଛି । ମହାମାରୀ ସଂକଟବେଳେ ଭାରତ ଯେପରି ସାମର୍ଥ୍ୟ ଦେଖାଇଛି ତାହା ଭାରତର ଶକ୍ତି ବଢ଼ାଇଛି । ଦୁନିଆ ସାମନାରେ ଭାରତ ନୂଆ ମାପଦଣ୍ଡ ସୃଷ୍ଟି କରିଛି ।ଭାରତ ୨୦୦ କୋଟି ଟିକା ଲଗାଇ ରେକର୍ଡ କରିଛି । ଭାରତ ଏଭଳି ମୁସ୍କିଲ ସମୟରେ ନିଜକୁ ସମ୍ଭାଳିବା ସହ ବିଶ୍ବକୁ ସାହାଯ୍ୟ କରିଛି । ବିଶ୍ବ ଶାନ୍ତି ପାଇଁ ଭାରତ ଠାରୁ ବିଶ୍ବ ଅନେକ ଆଶା ରଖିଛି ।

ମୁଁ ଆମ ଦେଶର ଯୁବବର୍ଗଙ୍କୁ ଏହା କହିବାକୁ ଚାହେଁ ଯେ ଆପଣମାନେ ଦେଶର ମୂଳ ଭିତ୍ତିଭୂମି ନିର୍ମାଣରେ ଯେଉଁ ସହଯୋଗ କରୁଛନ୍ତି ତାହାକୁ ମୁଁ ପ୍ରଶଂସା କରୁଛି ।ଦେବୀ ଓ ସଜ୍ଜନମାନେ ଆପଣମାନେ ଜାଣନ୍ତି ମୋର ଜନ୍ମ ଏଭଳି ଜନଜାତି ପରିବାରରେ ହୋଇଛି ଯେଉଁମାନେ ହଜାର ବର୍ଷ ହେଲା ପରିବେଶ କୁ ଭଲ ପାଇ ଆସୁଛନ୍ତି । ଆମେ ପ୍ରକୃତିଠାରୁ ଆବଶ୍ୟକୀୟ ବସ୍ତୁ ନେଉ ଏବଂ ଏହାର ସେବା ମଧ୍ୟ କରୁ । ଭାରତ ପରିବେଶ ରକ୍ଷାରେ ବିଶ୍ବ ପାଇଁ ମାର୍ଗଦର୍ଶନ ବନିପାରିଛି ।

ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଭିମ ଭୋଇଙ୍କ ଏକ ଲେଖା ଲେଖିଛନ୍ତି ତାହା ହେଉଛି ‘ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ । ଏହାକୁ ନେଇ ପୁରା ନିଷ୍ଠାର ସହ ମୁଁ ଏଭଳି ଭାବନାରେ ଦେଶପାଇଁ କାର୍ଯ୍ୟ କରିବି । କର୍ତବ୍ୟ ପଥରେ ଆଗକୁ ଆଗକୁ ବଢ଼ି ଆମେ ଭାରତ ପାଇଁ କାର୍ଯ୍ୟ କରିବା । ଜୟ ହିନ୍ଦ । ଧନ୍ୟବାଦ

Related Posts