ଅଭିନେତ୍ରୀ ବର୍ଷାଙ୍କ ବିରୋଧରେ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ: ଫେସବୁକକୁ ଚିଠି ଲେଖିଲେ କଟକ ସାଇବର ଥାନା ପୋଲିସ

କଟକ: ସୋସିଆଲ ମିଡିଆ ଫେସବୁକକୁ କଟକ ସାଇବର ଥାନା ପୋଲିସର ଚିଠି | ଅଭିନେତ୍ରୀ ବର୍ଷାଙ୍କ ବିରୋଧରେ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ ଘଟଣାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ ।

ଅନୁଭବ ମହାନ୍ତି ରିଅଲ ହିରୋ ଅଫ୍ କେନ୍ଦ୍ରାପଡା ନାମ ଏକ ଫେସବୁକ ଆକାଉଣ୍ଟରୁ ବର୍ଷାଙ୍କ ବିରୋଧରେ ବିଭିନ୍ନ ଅସମ୍ମାନ ଜନକ ଟିପ୍ପଣୀ ଦିଆଯାଉଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ ବର୍ଷା ।

ଏହି ଫେସବୁକ ଆକାଉଣ୍ଟଟି କେଉଁଠାରୁ ଆଉ କିଏ ଏହାକୁ ଅପରେଟ କରୁଛି ସେ ନେଇ ତଥ୍ୟ ମାଗିଛି କଟକ ସାଇବର ଥାନା ପୋଲିସ । ଗତ ୨୫ ତାରିଖ ଏ ନେଇ ବର୍ଷା ସାଇବର ଥାନାରେ କରିଥିଲେ ଅଭିଯୋଗ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛବି ଖରାପ ପାଇଁ ସୋସିଆଲ ମିଡିଆରେ କରାଯାଇଥିବା ପୋଷ୍ଟ ବିରୋଧରେ ସାଇବର ଥାନାରେ ଦିଆଯାଇଥିଲା ଏତଲା ।

କଟକ ସାଇବର ଥାନାରେ ଏତଲା ଦେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ଛବି ଖରାପ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପେଜ ଓ ଆଇଡିରୁ ସୋସିଆଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ପୋଷ୍ଟ କରଯାଇଥିଲା । ଏ ନେଇ ସାଇବର ଥାନାରେ IPC ର ଧାରା ୫୦୯ ଓ IT ଆକ୍ଟ ୬୭ ରେ ମାମଲା ରୁଜୁ କରାଯାଇଥିଲା ।

ଏହି ମାମଲାର ତଦନ୍ତ କରିବାକୁ ଯାଇ କଟକ ସାଇବର ଥାନା ପୋଲିସ ଫେସବୁକକୁ ଚିଠି ଉକ୍ତ ଆକାଉଣ୍ଟ ବିଷୟରେ ତଥ୍ୟ ମାଗିଛି |

Related Posts