ନବ ନିର୍ବାଚିତ ଭାରତୀୟ କୁସ୍ତି ମହାସଂଘ ରଦ୍ଦ; ଖେଳାଳିଙ୍କ ବିଦ୍ରୋହ ପରେ ଖେଳ ମନ୍ତ୍ରାଳୟର ଆକ୍ସନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ । WFI ଉପରେ ଖେଳ ମନ୍ତ୍ରାଳୟ ଆକ୍ସନ ନେଇଛି । ମନ୍ତ୍ରାଳୟ ନବ ନିର୍ବାଚିତ କୁସ୍ତି ମହାସଂଘକୁ ରଦ୍ଦ କରିଛି । ଅଧ୍ୟକ୍ଷ ସମେତ ଅନ୍ୟ ନିର୍ବାଚିତ ଟିମ୍ ନିଲମ୍ବିତ ହୋଇଛି । ଅଧ୍ୟକ୍ଷ ସଂଜୟ ସିଂହଙ୍କ ମାନ୍ୟତା ରଦ୍ଦ ହୋଇଛି ।

କିଛି ଦିନ ପୂର୍ବରୁ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ହୋଇଥିଲା । ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ସମର୍ଥିତ ପ୍ରାର୍ଥୀ ସଞ୍ଜୟ ସିଂହ ନିର୍ବାଚନରେ ବିଜୟୀ ହୋଇଥିଲା । ସେ କୁସ୍ତି ଯୋଦ୍ଧା ଅନିତା ଶ୍ୟାରାଣକୁ ପରାସ୍ତ କରିଥିଲେ । ଏହାକୁ ନେଇ ହଙ୍ଗାମା ହୋଇଥିଲା । ପରେ ସଞ୍ଜୟଙ୍କ ଅଧ୍ୟକ୍ଷ ନିର୍ବାଚିତ ହେବାକୁ ନେଇ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ୍ ରେସଲିଂରୁ ସନ୍ୟାସ ନେଇଥିଲା । ସେହିପରି କୁସ୍ତି ଯୋଦ୍ଧା ବା ଅଲମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ସରକାରଙ୍କୁ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଥିଲେ । ଏହାପରେ ଏବେ ଭାରତୀୟ କୁସ୍ତି ମହାସଂଘ ଉପରେ ଖେଳ ମନ୍ତ୍ରାଳୟ ଆକ୍ସନ ନେଇଛି । ନବ ନିର୍ବାଚିତ କୁସ୍ତି ମହାସଂଘକୁ ନିଲମ୍ବିତ କରାଯାଇଛି ।

ସଞ୍ଜୟ ସିଂହ ଭାରତୀୟ କୁସ୍ତି ମହାସଂଘରୁ ଅନେକ ଥର ନିଲମ୍ବିତ ହୋଇଛନ୍ତି । ତେବେ ଗୁରୁବାର ନିର୍ବାଚନରେ ଅଧ୍ୟକ୍ଷ ପଦରେ ସହଜ ବିଜୟ ଲାଭ କରିଥିଲେ। ତାଙ୍କ ପ୍ୟାନେଲ ୧୫ରୁ ୧୩ ସରେ ବିଜୟ ଲାଭ କରିଥିଲା । ନିର୍ବାଚନ ଫଳାଫଳକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତି ଯୋଦ୍ଧା ମାନେ ନିରାଶ ହୋଇଥିଲା ।

Related Posts