ନିଜ ଶରୀରରେ ୬୦୦ରୁ ଅଧିକ ସହିଦଙ୍କ ନାଁର ଟାଟୁ କରି ଶ୍ରଦ୍ଧାଞ୍ଜଳୀ ଦେଲେ ଅଭିଷେକ ଗୌତମ: ସୃଷ୍ଟି ହେଲା ଚର୍ଚା

ନୂଆଦିଲ୍ଲୀ : ଦେଶର ସୁରକ୍ଷା ପାଇଁ ଅର୍ଥାତ ଦେଶ ବାସୀଙ୍କ ସୁରକ୍ଷାକୁ ନେଇ ଅହରହ ନିଜ ଜୀବନକୁ ବାଜି ଲଗାଇ ରକ୍ଷା କରୁଛନ୍ତି ବୀର ଯବାନ | ତେବେ ଦେଶକୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନକୁ ଜଳାଞ୍ଜଳି ଦେଇ ସହିଦ ହେଉଛନ୍ତି ଯବାନ | ତେବେ ତାଙ୍କର ଦେଶ ପ୍ରତି ଥିବା ପ୍ରେମ ଓ ଭଲ ପାଇବା ତାଙ୍କୁ ଆମର କରିଦେଉଛି | ଦେଶ ପାଇଁ ପ୍ରାଣ ଦେଇଥିବା ବୀର ଜବାନଙ୍କୁ କିଏ ଦୀପ ଜାଳି, ତ କିଏ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଜଣାଏ। କିନ୍ତୁ ଏମିତି ଜଣେ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧାଞ୍ଜଳୀ ଯେତିକି ଆଶ୍ଚର୍ଯ୍ୟ ସେତିକି ପ୍ରଶଂସନୀୟ।

ଏକ ସ୍ବତନ୍ତ୍ର ଶୈଳୀରେ ଏହି ଶ୍ରଦ୍ଧାଞ୍ଜଳି । ୬୦୦ରୁ ଅଧିକ ସହିଦଙ୍କ ନାଁର ନିଜ ଶରୀରରେ ଟାଟୁ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଏହି ଶ୍ରଦ୍ଧାଳୁ। ନାଁ ପଣ୍ଡିତ ଅଭିଷେକ ଗୌତମ। ତାଙ୍କର ଏଭଳି କାର୍ଯ୍ୟା ଚର୍ଚ୍ଚା ସୃଷ୍ଟି କରିଛି।

ଉତ୍ତରପ୍ରଦେଶ ହାପୁଡ଼ରେ ରୁହନ୍ତି ଅଭିଷେକ। ଇଣ୍ଟେରିୟର ଡିଜାଇନର୍ ଭାବେ କାମ କରନ୍ତି। ବଡ଼ହରିଆର ରସୁଲପୁରରେ ତାଙ୍କ କାର୍ଯ୍ୟକ୍ଷେତ୍ର । ଅଭିଷେକ ତାଙ୍କ ଦେହରେ ୬୩୧ଜଣ ସହିଦଙ୍କ ନାଁରେ ଟାଟୁ ଆଙ୍କିଛନ୍ତି। ଏଥିରୁ ୫୫୯ ଜଣ କାର୍ଗିଲ ସହିଦ ।

ଅଭିଷେକ ନିଜ ପିଠିରେ ସହିଦଙ୍କ ନାଁ ବ୍ୟତୀତ ଇଣ୍ଡିଆ ଗେଟ୍ ଏବଂ ସହିଦ ସ୍ମାରକୀ ମଧ୍ୟ ଆଙ୍କିଛନ୍ତି। ନିଜ ପିଠିରେ ସେ କର୍ଗିଲ ସହିଦ ଛାପରାସ୍ଥିତ ଏକମାର ଅରୁଣ କୁମାର ସିଂଙ୍କ ଚିତ୍ର ମଧ୍ୟ ଆଙ୍କିଛନ୍ତି। ସେ ସହିଦଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ସେ ଚାହୁଁଛନ୍ତି ଯେ ଏକମାରେ ଅରୁଣ କୁମାର ସିଂଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉ। ଏଥିପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଏହି କାମରେ ସେ ସରକାରଙ୍କ ସହଯୋଗ ର ଆଶା ମଧ୍ୟ କରିଛନ୍ତି।

ଅଭିଷେକଙ୍କ ଟାଟୁ ଦେଖିବାକୁ ଲୋକଙ୍କର ଭିଡ ଜମୁଛି। ଲୋକେ ତାଙ୍କ ଟାଟୁର ଫଟୋ ଉଠାଉଛନ୍ତି ଏବଂ ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ସେୟାର କରୁଛନ୍ତି।

ସତରେ ଅଭିଷେକଙ୍କ ଦେଶ ପ୍ରେମ ଓ ସହିଦଙ୍କୁ ସମ୍ମାନ ପ୍ରଶଂସନୀୟ।

Related Posts