ଲୋକସଭା ଅଧିବେଶନ ଚାଲିଥିବାବେଳେ ଶଶୀ ଥରୁରଙ୍କ ଏକ ଭିଡିଓ ଭାଇରାଲ

ଚର୍ଚାରେ କଂଗ୍ରେସ ନେତା ଶଶି ଥରୁର | ସେ ପୁଣି ଲୋକସଭା ଅଧିବେଶନ ଚାଲିଥିବା ବେଳେ ନିଜ ଅଙ୍ଗଭଙ୍ଗୀକୁ ନେଇ ଚର୍ଚାର ପରିସରକୁ ଆସିଛନ୍ତି | ଯାହାର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଥରୁରଙ୍କ ବିରୋଧରେ ଅଜବ ଅଜବ ପ୍ରତିକ୍ରିୟ ଦେଉଛନ୍ତି ୟୁଜର୍ସ । ମହିଳା ସାଂସଦଙ୍କ ସହ ବିଭିନ୍ନ ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା କଂଗ୍ରେସ ନେତା ଶଶି ଥରୁର ପୁଣି ହରଡଘଣାରେ ପଡି ଯାଇଛନ୍ତି |

ଘଟଣା କିଛି ଏହିପରି, ଲୋକସଭା ଅଧିବେଶନ ଚାଲିଥିବା ବେଳେ ଆଗରେ ଜଣେ ବରିଷ୍ଠ ନେତା ନିଜର ଉତ୍ତର ରଖୁଛନ୍ତି । ହେଲେ ତାଙ୍କ କଥା ଶୁଣିବାକୁ ବୋଧେ ଇଚ୍ଛା ନାହିଁ ଏହି ମହାଶୟଙ୍କର । କଂଗ୍ରେସ ନେତା ଶଶି ଥରୁର ନିଜ ମନରେ ପୁରା ମସ୍ତ । ଯିଏ ଯାହା ଉତ୍ତର ରଖୁ ପଛେ ସେ କିନ୍ତୁ ତାଙ୍କ କାମରେ ମସଗୁଲ । ମହିଳା ସାଂସଦଙ୍କ ସହ କଥାରେ ପୁରାପୁରି ମଜ୍ଜିଯାଇଛନ୍ତି ଥରୁର୍ । ପୁଣି ଯେଉଁଠି ବସିଛନ୍ତି ତାହା ବି ତାଙ୍କ ସ୍ଥାନ ନୁହେଁ । ନିଜ ନିର୍ଦ୍ଧାରିତ ସ୍ଥାନରୁ ପୁରା ଉଠିଆସି ଜମେଇ ଦେଇଛନ୍ତିି ଗପ । କଥା ତ କଥା ଥରୁରଙ୍କ ମୁଚୁକୁନ୍ଦିଆ ହସ ସାଙ୍ଗକୁ ସୁପ୍ରିୟାଙ୍କ ଆଡକୁ ଚାହିଁରହି ଟେବୁଲ ଉପରେ ଶୋଇବାର ଭଙ୍ଗି ଦେଖିବାର ଥିଲା । ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ୟୁଜର୍ସମାନେ ଏହି ଭିଡିଓକୁ ନେଇ ମନୋରଂଜକ ମେମ୍ ପୋଷ୍ଟ କରୁଛନ୍ତି ।

ସେପଟେ ବହଳିଆ ମୁହଁରେ ଏହାର ଜବାବ ବି ରଖିଛନ୍ତି ଥରୁର୍ । ୟୁଜର୍ସମାନଙ୍କ ପ୍ରତିକ୍ରିୟା ଦେବାକୁ ଯାଇ ଟ୍ୱିଟରରେ ଲେଖିଦେଇଛନ୍ତି ‘ଅମର ପ୍ରେମ୍’ ଚଳଚ୍ଚିତ୍ରର ସଦାବାହାର ଗୀତ । ‘କୁଛ ତୋ ଲୋଗ୍ କହେଙ୍ଗେ ଲୋଗୋଁକା କାମ ହୈ କେହେନା…’ ଏହି ପୁରା ଗୀତଟିକୁ ପୋଷ୍ଟ କରିଦେଇଛନ୍ତି ।

ଥରୁର୍ ନିଜ ସଫେଇରେ କହିଛନ୍ତି ଯେ, ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଭାଷଣ ପରେ ପରବର୍ତ୍ତୀ ବକ୍ତା ଥିଲେ ସୁପ୍ରିୟା । ତେଣୁ ଏକ ପଲିସି ସମ୍ପର୍କରେ ତାଙ୍କୁ ସୁପ୍ରିୟା ପଚାରୁଥିଲେ । ହେଲେ କାଳେ ତାଙ୍କ ପାଟି ଶୁଭିବ ତେଣୁ ସେ ଟେବୁଲ ଉପରେ ଶୋଇପଡି ଅତି ଧୀର ଭାବେ ତାଙ୍କ ସହ କଥା ହେଉଥିଲେ ବୋଲି ଥରୁର କହିଛନ୍ତି ।

ସୂଚନାଯୋଗ୍ୟ, ବୈବାହିକ ଜୀବନକୁ ନେଇ ତାଙ୍କ ବ୍ୟକ୍ତିଗତ ଜୀବନ ବିବାଦରେ ରହିଆସିଛି । ୨୦୧୦ରେ ଥରୁର ତୃତୀୟ ଥର ପାଇଁ ସୁନନ୍ଦା ପୁଷ୍କରଙ୍କୁ ବିବାହ କରିଥିଲେ । ହେଲେ ଏହି ବିବାହ ବି ତିଷ୍ଠିଲା ନାହିଁ । ବିବାହର କିଛି ମାତ୍ର ବର୍ଷ ପରେ ତାଙ୍କ ବାସଭବନରୁ ସୁନନ୍ଦଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା । କିଛି ମାସ ପୂର୍ବରୁ ଅଧିବେଶନ ସମୟରେ ଏକାଧିକ ମହିଳା ସାଂସଦଙ୍କ ଗହଣରେ ଫଟୋ ଉଠାଇ ଟ୍ରୋଲ ହୋଇଥିଲେ ଥରୁର୍ । ସବୁବେଳେ ମହିଳାଙ୍କ ସହ ସମ୍ପର୍କକୁ ନେଇ ଚର୍ଚାରେ ରୁହନ୍ତି ଥରୁର ।

Related Posts