ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଯୋଡ଼ା ଯାଆଁଳା ଶିଶୁ ଜନ୍ମ, ବେକରୁ ପେଟ ଯାଏଁ ଯୋଡ଼ି

ସମ୍ବଲପୁର: ସମ୍ବଲପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଯୋଡ଼ା ଯାଆଁଳା ଶିଶୁକୁ ଜନ୍ମ । ଗତକାଲି ଏହି ଯୋଡ଼ା ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ଉଭୟ ନବଜାତ କନ୍ୟା ସନ୍ତାନ। ଦୁଇ ଶିଶୁଙ୍କର ମୁଣ୍ଡ ଅଲଗା ଥିବା ବେଳେ ସେମାନଙ୍କ ବେକରୁ ପେଟ ଯାଏଁ ଯୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଛି ।

ତେବେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଯୋଡ଼ା ଶିଶୁଙ୍କ ଅଧିକ ଚିକିତ୍ସା ପାଇଁ ସୁବିଧା ନଥିବା ଡାକ୍ତର କହିଛନ୍ତି। ସେମାନଙ୍କୁ ବୁର୍ଲା କିମ୍ବା କଟକ ନେବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର। ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଚିକିତ୍ସା ନେଇ ଆସାମ୍ୟର୍ଥ ପ୍ରକାଶ କରିଛନ୍ତି ଶିଶୁର ବାପାମାଆ।

ଦୁଇ କନ୍ୟା ସନ୍ତାନଙ୍କ ଜନନୀ ରବୀନା କୁମାରୀ ଗୁପୁଚୁପ୍ ବେପାର କରି ପେଟ ପୋଷି ଥାନ୍ତି। ସେମାନଙ୍କ ଚିକିତ୍ସା ଓ ଲାଳନପାଳନ କେମିତି କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି। ଯୋଡ଼ା ଶିଶୁଙ୍କ ଜେଜେମା ରାମୋ ଦେବୀ କହିଛନ୍ତି, ଆମେ ଗିରବ ଲୋକ। କିପରି ଦୁଇଟି ପିଲାର ଚିକିତ୍ସା କରିବୁ। ସରକାର ଆମକୁ ସାହାଯ୍ୟ କରନ୍ତୁ ।

Related Posts