ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚୀନରେ ବଡଧରଣର ଭୂକମ୍ପ। ଏଥିରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବିଳମ୍ବିତ ରାତ୍ରିରେ ଚୀନର ଗାନ୍ସୁ-କିଙ୍ଘାଇ ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟକା ଲାଗିଛି।
ୟୁରୋପୀୟ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭୂମୀକମ୍ପର କେନ୍ଦ୍ରସ୍ଥଳ ରହିଥିଲା।କେନ୍ଦ୍ରସ୍ଥଳରେ ୬.୧ ମ୍ୟାଗ୍ନିଚ୍ୟୁଡ୍ ରହିଥିବା କୁହାଯାଉଛି। କିନ୍ତୁ ଚୀନା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୬.୨ ମ୍ୟାଗ୍ୟୁଚ୍ୟୁଡର ଝଟକା ଲାଗିଛି। ଖବର ଅପଡେଟ୍ ଜାରିରହିଛି।