ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡିଲେ ଜଣେ ପୋଷ୍ଟାଲ ଇନ୍ସପେକ୍ଟର

ରାଉରକେଲା : ଲାଞ୍ଚ ପୋଷ୍ଟାଲ ଇନ୍ସପେକ୍ଟର । କାବୁ କଲା ସିବିଆଇ । ସେ ହେଉଛନ୍ତି ସୁନ୍ଦରଗଡ଼ ମୁଖ୍ୟ ପୋଷ୍ଟ ଅଫିସର ପୋଷ୍ଟାଲ୍ ଇନ୍ସପେକ୍ଟର ଉଜ୍ଜଳ କୁମାର । ସେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି । ନିଜ ଅଧିନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ୬ମାସର ବକେୟା ଦରମା ବିଲ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡ଼ିଛି ।

ଏହି ସମୟରେ ଭୁବନେଶ୍ବର ସିବିଆଇର ଏକ ଟିମ ତାଙ୍କୁ ଧରିଥିଲା । ଧରିବା ପରେ ସୁନ୍ଦରଗଡ ସ୍ଥିତ ତାଙ୍କ ଭଡା ଘରେ ତଲାସି ଅଭିଯାନ ଜାରି । ଅଭିଯୁକ୍ତଙ୍କୁ ସିବିଆଇ ପକ୍ଷରୁ ଅଟକ ରଖାଯାଇଛି ।

Related Posts