ଜୟପୁରରୁ ଉଦ୍ଧାର ହେଲା କୋରାପୁଟରୁ ଅପହରଣ ହୋଇଥିବା ନାବାଳକ: ୬୦ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‌ ରଖିଥିଲେ ଅପହରଣକାରୀ

କୋରାପୁଟ: କୋରାପୁଟ ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳକ ସୁରକ୍ଷିତ ଉଦ୍ଧାର । ଟାଉନ୍ ଥାନା ନାବାଳକକୁ ଉଦ୍ଧାର କରିଛି । ପୋଲିସ ଜୟପୁରରୁ ନାବାଳକକୁ ଉଦ୍ଧାର କରିଛି । ଅପହରଣ କରିଥିବା ଦୁଇ ଯୁବକ ସହ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍‌ । ଅଭିଯୁକ୍ତମାନେ ନାବାଳକକୁ ଅପହରଣ କରି ୬୦ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିଲେ । ଏନେଇ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related Posts