ଚେନ୍ନାଇର ଏକ ଲୋକପ୍ରିୟ ଟିଭି ଚ୍ୟାନେଲରେ ଖଣ୍ଡା ଧରି ଯୁବକ ଜଣଙ୍କ ଘଟାଇଲେ ଉନ୍ମକ୍ତ କାଣ୍ଡ

vaolence

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଚେନ୍ନାଇରେ ଘଟଛି ଏକ ଅଭାବନୀୟ ଘଟଣା । ତେବେ ଜଣେ ବ୍ୟକ୍ତି ହାତରେ ଖଣ୍ଡା ଧରି ରୋୟାପୁରମରେ ଅବସ୍ଥିତ ଏକ ତାମିଲ ନ୍ୟୁଜ ଚ୍ୟାନେଲ ସାଥିୟମ ଟିଭିରେ ପଶି ମୁଖ୍ୟାଳୟକୁ ଭଙ୍ଗାରୁଜା କରିଥିବାର ଚିତ୍ର ସାମ୍ନାକୁ ଆସିଛି । ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅପରିପକ୍ଷରେ ସେ ଛାଡିଥିବା ଡ୍ରାଇଭିଂ ଲାଇସେନ୍ସ ଅନୁଯାୟୀ ବ୍ୟକ୍ତି ଜଣଙ୍କ ନାମ ରାଜେଶ କୁମାର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କାର ପାର୍କିଂ ଅଞ୍ଚଳ ଦେଇ ଅଫିସ ଭିତରକୁ ପ୍ରବେଶ କରିଥିଲେ ।

ସେ ଅସ୍ତ୍ରଶସ୍ତ୍ରକୁ ଏକ ଗିଟାର ବ୍ୟାଗରେ ରଖିଥିବାର ଦେଖିବା ପାଇଁ ମିଳିଥିଲା । ଏହା ସହ ରିସେପସନ ପରିସରରେ ଭଙ୍ଗାରୁଜା କରିବା ସହ ଲୋକମାନଙ୍କୁ ଧମକାଉଥିବାର ଦେଖବା ପାଇଁ ମିଳିଛି । ଏପରିକି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଦୂରରୁ ଲୋକଙ୍କ ଉପରେ ଖଣ୍ଡା ଫିଙ୍ଗି ସେମାନଙ୍କୁ ଦୂରରେ ରହିବାକୁ ଧମକ ଦେଇଥିଲେ । ପ୍ରଥମେ ସେ ଟେବୁଲ ଉପରେ ରଖାଯାଇଥିବା ଏକ ସାନିଟାଇଜର ବୋତଲକୁ ଭାଙ୍ଗିଥିଲେ । ଏହା ପରେ ସେ ଅଫିସ ଚାରିପାଖେ ବୁଲାବୁଲି କରି ଚାରିପାଖରେ ରଖାଯାଇଥିବା ଜିନିଷଗୁଡିକୁ ନଷ୍ଟ କରିଥିଲେ । ତେବେ ରିସେପ୍ସନରେ ଲାଗିଥିବା କ୍ୟାମେରାରେ ଏସମ୍ପୂର୍ଣ୍ଣ ଘଟଣାଟି କଏଦ ହୋଇଯାଇଥିଲା । କେବଳ ଏତିକି ନୁହେଁ ବରଂ ବ୍ୟକ୍ତି ଜଣକ ବନ୍ଧୁକ ସହିତ କମ୍ପ୍ୟୁଟର ଅଫିସରେ ଟିଭି ଏବଂ ସାଜସଜ୍ଜା କାଚକୁ ଭାଙ୍ଗି ଦେଇଥିଲେ ।

ଏପରିକି ଯେଉଁମାନେ ଅଫିସ ଡ୍ୟୁଟିରେ ଥିଲେ ସେମାନଙ୍କୁ ମୃତ୍ୟୁ ଧମକ ମଧ୍ୟ ଦେଇଥିଲେ । ଅନ୍ୟପଟେ ମିଳିଥିବା ଖବର ଅନୁଯାୟୀ ବ୍ୟକ୍ତି ଜଣଙ୍କ କୋଏମ୍ବାଟୁରର ନିବାସୀ ଏବଂ ସେ ଗୁଜୁରାଟ ନମ୍ବର ଥିବା ଏକ କାରରେ ଆସିଥିଲେ । ଅପରିପକ୍ଷରେ ସାଥିୟମ ନ୍ୟୁଜ ଚ୍ୟାନେଲ ଦାବି କରିଛି ଏହି ବ୍ୟକ୍ତି ଜଣଙ୍କ ଗୋଟେ ମାସ ପୂର୍ବରୁ ଏକ ଅନଲାଇନ ୱେବସାଇଟରୁ ଅସ୍ତ୍ର ଅର୍ଡର କରିଥିଲେ । ଏବଂ ଚ୍ୟାନେଲର ନିର୍ଦ୍ଦେଶକଙ୍କ ଉପରେ ଆକ୍ରମଣ କରିବାକୁ ବହୁ ସମୟ ଧରି ଅପେକ୍ଷା କରିଥିଲେ । ଏହା ସହ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକ ଦାବି କରିଛନ୍ତି ଆକ୍ରମଣକାରୀ କୋଏମ୍ବାଟୁର ନିକଟସ୍ଥ ଅପଲିପାଲାୟାମର ମୂଳ ବାସିନ୍ଦା । ତେବେ ବ୍ୟକ୍ତି ଜଣଙ୍କ ତାଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲେ ଏବଂ ବର୍ତ୍ତମାନ ମାନସିକ ବିକୃତ ବ୍ୟକ୍ତି ଭାବେ କହି ନିଜକୁ ଆଇନରୁ ଖସିଯିବାକୁ ଚେଷ୍ଟା କରୁଛନ୍ତି ।

କେବଳ ଏତିକି ନୁହେଁ ବରଂ ଗତ ସପ୍ତାହରେ ଆମର ବିତରଣ କାର୍ଯ୍ୟନିର୍ବାହୀ ଏହି ବ୍ୟକ୍ତିଙ୍କଠାରୁ ଏକ କଲ ପାଇଥିଲେ। ସେ ମୋତେ ହତ୍ୟା କରି ସାଥିମ ଟିଭି ଭାଙ୍ଗି ଦେବେ ବୋଲି ଧମକ ଦେଇଥିଲେ। ଏହା ସହ ଏହାର କଲ ରେକର୍ଡିଂ ଚ୍ୟାନେଲର ସିଇଓ ନିକଟକୁ ପଠାଇଥିଲେ । ଏନେଇ ମାମଲା ରୁଜୁ ହେବା ପରେେ ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା ।

ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶ ଏହାକୁ କଠୋର ନିନ୍ଦା କରିଛି । ଏହା ସହ ଏହି ଘଟଣାକୁ ମିଡିଆ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଚେନ୍ନାଇ ପ୍ରେସ କ୍ଲବର ଯୁଗ୍ମ ସଚିବ ଭାରତୀ ତାମିଲାନ କହିଛନ୍ତି । ଏହା ସହ ସରକାର ଏବଂ ଅଧିକାରୀମାନେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି ।

Related Posts