କୋରାପୁଟ ସଦର ଥାନା ଡବଲ ବ୍ରିଜ୍ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

କୋରପୁଟ: ରାଜରାସ୍ତାରୁ ଉଦ୍ଧାର ହେଲା ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ । କୋରାପୁଟ ସଦର ଥାନା ଅନ୍ତର୍ଗତ କୋରାପୁଟ-ଜୟପୁର ଜାତୀୟ ରାଜପଥରେ ଥିବା ଡବଲ ବ୍ରିଜ୍ ନିକଟରେ ମାଛରା ଯିବା ରାସ୍ତା ଛକରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ଯୁବକଙ୍କର ବୟସ ଆନୁମାନିକ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ମୃତଦେହ ନିକଟରେ ଏକ ରକ୍ତରଞ୍ଜିତ ପଥର ମିଳିଛି । ତେବେ ଏହା ଏକ ଯୋଜନା ବଦ୍ଧ ହତ୍ୟା ବୋଲି ସଂଦେହ କରାଯାଉଛି।

ହତ୍ୟା ପରେ ଏହି ଯୁବକଙ୍କ ମୃତଦେହକୁ ଏପରି ଫୋପାଡ଼ିଦେଇ ଥିବା ସନ୍ଦେହ କରାଯାଉଥିଲେ ବି ପୁଲିସ ଏ ବିଷୟରେ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ହିଁ ଏହି ଘଟଣାର ବାସ୍ତବ ତଥ୍ୟ ଜଣାପଡ଼ିବ ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଯୁବକ ଙ୍କ ପରିଚୟ ମିଳିପାରିନାହିଁ।

Related Posts