ଭୁବନେଶ୍ବର କେଶରୀ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବରର କେଶରୀ ମଲ୍‌ ରେ ଅଗ୍ନିକାଣ୍ଡ । ଆଜି କେଶରୀ ମଲରେ ପୁଣିଥରେ ଅଗ୍ନିକାଣ୍ଡ ଘଟିଛି ।

ମଲ୍‌ର ପ୍ରଥମ ଓ ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି । ଇଲେକ୍ଟ୍ରିକ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ମଲର ଷ୍ଟାଫ୍ ସୂଚନା ଦେଇଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ଡେପୁଟି ମେୟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି ।

ମଲରେ ବାରମ୍ବାର ନିଆଁ ଲାଗୁଥିବା ବେଳେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ମେୟର । କିଛି ଦିନ ପୂର୍ବରୁ ମଧ୍ୟ ଏହି ମଲରେ ନିଆଁ ଲାଗି ଯାଇଥିଲା ।

Related Posts