ପୁଣି କୋଟିଆରେ ଅନୁପ୍ରବେଶ; ଆନ୍ଧ୍ରର ୧୦୪ ଆମ୍ବୁଲାନ୍ସକୁ ଅଟକ ରଖିଲା ପୋଲିସ୍

ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ପୁଣି କୋଟିଆ ରେ ଅନୁପ୍ରବେଶ କଲା ଆନ୍ଧ୍ରପ୍ରଦେଶ। ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆର ଉପରସେମ୍ବିରେ ଆନ୍ଧ୍ର ସରକାରଙ୍କ ୧୦୪ ସ୍ଵାସ୍ଥ୍ୟ ସେବା ଭ୍ୟାନ ପହଞ୍ଚିଥିଲା । ତେବେ ଆନ୍ଧ୍ର ପ୍ରଦେଶ ସ୍ବାସ୍ଥ୍ୟ ବିଭାଗର ଅନୁପ୍ରବେଶକୁ ବିରୋଧ କରିଛି କୋଟିଆ ପୁଲିସ । ଆନ୍ଧ୍ର ସୀମାନ୍ତର ନାରେଡିବାଲସା ପଟୁ ୧୦୪ ଆମ୍ବୁଲାନ୍ସ ଗାଡ଼ି ଧରି କୋଟିଆ ମଧ୍ୟକୁ ପ୍ରବେଶ ସମୟରେ ବିରୋଧ କରାଯାଇଛି ।

ନାରେଡିବାଲସା ପଟୁ ଔଷଧ, ଟେଷ୍ଟି କିଟ୍, ଫାର୍ମାସିଷ୍ଟ, ଡାକ୍ତର ଓ ଏଏନଏମଙ୍କ ସହ ଆନ୍ଧ୍ରର ୧୦୪ ଆମ୍ବୁଲାନ୍ସ ପ୍ରବେଶ କରିଥିବା ସୂଚନା ମିଳିବା ପରେ କୋଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଵାସ୍ଥ୍ୟସେବା ଗାଡ଼ିକୁ ଅଟକ ରଖିଛି।

Related Posts