ବିଜେବି କଲେଜରେ ଉତ୍ତେଜନା; ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଦ୍ବିତୀୟ ବର୍ଷ ଛାତ୍ର, ଥାନାରେ ମାମଲା

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରର ପ୍ରତିଷ୍ଠିତ ବିଜେବି କଲେଜରେ ତୁମୁଳକାଣ୍ଡ। ଜଣେ ଜୁନିୟର ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ସିନିୟର ଛାତ୍ର। ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା। ଯୁକ୍ତ ୨ କଳା ଦ୍ୱିତୀୟ ବର୍ଷର କିଛି ଛାତ୍ର ମିଶି ଜଣେ ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି। ଆଜି ସକାଳେ ଏହି ଘଟଣା ଘଟିଥିବା ଜଣାପଡିଛି। ତେବେ କ୍ୟାମ୍ପସରେ ଏହି ସଂଘବନ୍ଧ ଆକ୍ରମଣ ବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ଦେଖେଣାହାରି ସାଜିଥିଲେ। ଘଟଣା ଜଣାପଡିବା ପରେ ବଡଗଡ ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି।

ଏନେଇ ଭୁବନେଶ୍ୱର ଡିସିପି ପ୍ରତିକ ସିଂହ କହିଛନ୍ତି ଯେ, ଏହି ଘଟଣା ରାଗିଂ ଭଳି ଦେଖାଯାଉଥିଲେ ମଧ୍ୟ, ଏହା ପଛରେ ଅନ୍ୟ ରହସ୍ୟ ରହିଛି। ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନରେ ପଢ଼ୁଥିବା ଛାତ୍ରଟି ପ୍ରତିଦିନ ଜଣେ ଛାତ୍ରୀଙ୍କ ସହ କଲେଜ ଆସୁଥିଲେ। ଏହାକୁ ନେଇ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳାର ଜଣେ ଛାତ୍ର ବିରୋଧ କରିଥିଲେ। ଉକ୍ତ ଯୁକ୍ତ ୨ ବିଜ୍ଞାନ ଛାତ୍ରକୁ ଡ଼ାକି ଏହି ଛାତ୍ରୀ ଠାରୁ ଦୂରେଇ ରହିବାକୁ ତାଗିଦ୍ କରିଥିଲେ। ଏ ସମ୍ପର୍କରେ ଯୁକ୍ତ ୨ ବିଜ୍ଞାନ ଛାତ୍ର ଜଣକ ତାର ଚିହ୍ନା ଥିବା ଉକ୍ତ କଲେଜ ଯୁକ୍ତ ୩ର ଜଣେ ଛାତ୍ରଙ୍କୁ ଜଣାଇଥିଲେ। ସନିୟରଙ୍କ ନିକଟରେ ଅଭିଯୋଗ କରିବା ଜାଣିବା ପରେ ଉକ୍ତ ଯୁକ୍ତ ୨ ବିଜ୍ଞାନ ଛାତ୍ରଙ୍କୁ ଘେରିଯାଇ ଯୁକ୍ତ ୨ କଳା ଦ୍ୱିତୀୟବର୍ଷର ଛାତ୍ରଙ୍କ ସମେତ ଏକ ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିଲେ।

ଏହି ସଙ୍ଘବଦ୍ଧ ଆକ୍ରମଣ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓରେ କିଛି ଛାତ୍ର ୟୁନିଫର୍ମରେ ଥିବା ବେଳେ କିଛି ବିନା ପ୍ରମ ବ୍ୟପରକୁ ନେଇ ଏହି ରାଗିଂ ହୋଇଥିବା ଅନୁମାନ କରାଯାଉଛି। ୟୁନିଫମରେ ଥିଲେ। ବଡଗଡ ପୁଲିସ ମାମଲାର ଖୋଳତାଡ କରୁଛି। ତେବେ ଏନେଇ ବିଜେବି କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related Posts