ହକି ବିଶ୍ୱକପ ୨୦୨୩; ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ବରରେ ପହଞ୍ଚିଲା ନେଦରଲାଣ୍ଡ ଟିମ୍

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଜାନୁୟାରୀ ୧୩ରୁ ଓଡିଶାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ । ଏଥିପାଇଁ ଆଉ ମାତ୍ର ୯ ଦିନ ବାକିଥିବାବେଳେ ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଭୁବନେଶ୍ୱର-ରାଉରକେଲା ଖେଳାଯିବ ଏହି ବିଶ୍ୱକପ । ତେବେ ପୂର୍ବରୁ ଘରୋଇ ଭାରତୀୟ ଦଳ ବିଶ୍ୱକପ୍ ଖେଳିବା ପାଇଁ ଓଡ଼ିଶାରେ ପହଞ୍ଚିଥିବା ବେଳେ ଆଜି ପ୍ରଥମ ବିଦେଶୀ ଦଳ ଭାବେ ନେଦରଲାଣ୍ଡ ଟିମ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି । ଭୁବନେଶ୍ୱରରେ ନେଦରଲାଣ୍ଡ ହକି ଟିମ୍ ପହଞ୍ଚିବା ପରେ ଖେଳାଳି ମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ନେଦରଲାଣ୍ଡ ଭୁବନେଶ୍ୱରରେ ପହଞ୍ଚିଛି । ୨୦୧୮ ସଂସ୍କରଣର ରୌପ୍ୟ ବିଜେତା ନେଦରଲାଣ୍ଡର ଅଧିନାୟକ ଥିଏରି ବ୍ରିଙ୍କାମାନ୍‌ଙ୍କ ନେତୃତ୍ୱରେ ଟିମ୍‌ ପହଞ୍ଚିଛି । ଆସନ୍ତା ୧୦ ତାରିଖରେ ରାଉରକେଲା ଗସ୍ତ କରି ଜାନୁୟାରୀ ୧୪ରେ ମ୍ୟାଚ ଖେଳିବ ନେଦରଲାଣ୍ଡ ଟିମ୍ । ୮ ତାରିଖ ପର୍ଯ୍ୟନ୍ତ ଦଳଗୁଡ଼ିକ ଭୁବନେଶ୍ୱରରେ ପହଞ୍ଚିବା ଲାଗି ରହିବ । ଆଉ ୯ ଦିନ ପରେ ଆରମ୍ଭ ହେବ ଏଫ୍‌ଆଇଏଚ୍ ଓଡ଼ିଶା ହକି ବିଶ୍ୱକପ୍ ।

Related Posts