କେନ୍ଦୁଝର ହରିଚନ୍ଦନପୁର୍ ଥାନା ଝୁମକିପାଟିଆ ଗାଁରେ ସ୍ବାମୀ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା

ଘଟଗାଁ : ସ୍ବାମୀ ସ୍ତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଅନ୍ତର୍ଗତ ଝୁମକିପାଟିଆ ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଘରେ ପଶି ସ୍ବାମୀ ଓ ସ୍ତ୍ରୀଙ୍କୁ ଦୁର୍ବୃତ୍ତ ବିଭତ୍ସ ହତ୍ୟା କରିଛନ୍ତି । ମୃତ ସ୍ବାମୀଙ୍କ ନାମ ବାହାଡା ମୁର୍ମୁ ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ଧାନୀ ମୁର୍ମୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶନିବାର ରାତିରେ ଖାଇ ସାରି ସ୍ୱାମୀ-ସ୍ତ୍ରୀ ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ଘରେ ପଶି ଦୁହିଁଙ୍କୁ ହତ୍ୟା କରିଦେଇଛି । ଉଭୟଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପ୍ରାୟତଃ ଗୁଣିଗାରେଡି ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସେପଟେ ପୋଲିସ ଘଟଣାରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି।

Related Posts