ବାଲିଘାଟ ଓ ପାହାଡ଼ରେ ୧୪୪ ଧାରା ଲାଗୁ କଲା ଯାଜପୁର ଜିଲ୍ଲା ଦର୍ପଣ ତହସିଲ

ଚଣ୍ଡିଖୋଲ : ବାଲିଘାଟ ଓ ପାହାଡ଼ରେ ଲାଗୁହେଲା ୧୪୪ ଧାରା । ଯାଜପୁର ଜିଲ୍ଲା ଦର୍ପଣ ତହସିଲ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ତହସିଲଦାରଙ୍କ ଉପସ୍ଥିତିରେ ନାଲି ପତାକା ମଧ୍ୟ ଲଗା ଯାଇଛି ।

ଖବର ଅନୁଯାୟୀ, ଦର୍ପଣ ତହସିଲ ଅଧିନ ବାଲିକୁଦା ବଡ଼ଗେଙ୍ଗୁଟି ନଦୀ ଶଯ୍ୟାରୁ ବାଲିମାଫିଆ ମାନେ ବେଆଉନ୍‌ ଭାବେ ବାଲି ଚାଲାଣ କରୁଥିଲେ । ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢାଉ କରାଯାଇଥିଲା । ତାପରେ ବି ଚୋରା ଚାଲାଣ ବଢିଚାଲିଥିଲା । ଶେଷରେ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ବାଲିଘାଟରେ ୧୪୪ ଧାରା ଲାଗୁ କରାଯାଇଛି ।

ସେହିପରି ଅନ୍ୟପଟେ ଧାଉଡିଆପଦା ପାହାଡରୁ ବେଆଇନ୍‌ ଭାବେ ମାଫିଆମାନେ ମୋରମ ଲୁଟ୍‌ କରି ନେଉଛନ୍ତି । ଯାହାଫଳରେ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱହାନୀ ହେଉଛି । ଏନେଇ ପାହାଡ଼ରେ ମଧ୍ୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଦର୍ପଣ ତହସିଲଦାରଙ୍କ ଉପସ୍ଥିତିରେ ନାଲି ପତାକା ଲଗାଯିବା ସହ ନୋଟିସ୍‌ ଜାରି କରାଯାଇଛି । ୧୪୪ ଧାରା ଲାଗୁ ପରେ ଯଦି କେହି ବ୍ୟକ୍ତି ଚୋରା ଚାଲାଣ କରେ । ତେବେ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Posts