ଏଏସଓ ପରୀକ୍ଷାକୁ ନେଇ ଥମୁନି ବିବାଦ; ପୁଣି ହାଇକୋର୍ଟରେ ମାମଲା, ଉତ୍ତର ରଖିବାକୁ ଓପିଏସସିକୁ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଏସଓ ପରୀକ୍ଷା ବିବାଦରେ ପୂର୍ଣ୍ଣଛେଦ ପଡ଼ିବାର ନାଁ ନେଉନାହିଁ । ଏଏସଓ ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟରେ ପୁଣି ଏକ ମାମଲା ରୁଜୁ ହୋଇଛି । ମୂଲ୍ୟାୟନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରୀକ୍ଷାର୍ଥୀ । ଏନେଇ ଓପିଏସସିକୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ତେବେ ଏହାପୂର୍ବରୁ ଏଏସଓ ପରୀକ୍ଷା ଖାତା ମୂଲ୍ୟାୟନ ନେଇ କୋର୍ଟରେ ହୋଇଥିବା ମାମଲାକୁ ତୁଟାଇବାକୁ ଚେଷ୍ଟା କରାଯାଇଥିଲା । ଏନେଇ ଓପିଏସସି ଅଧ୍ୟକ୍ଷ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ । ପରୀକ୍ଷାରେ କିମ୍ବା ଉତ୍ତରଖାତା ମୂଲ୍ୟୟାନରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି କହିଥିଲେ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ ।

Related Posts