କଟକ ବାଲିଯାତ୍ରାର ଫୁଡ୍ ଷ୍ଟଲରେ ସିଏମସିର ଚଢ଼ାଉ, ନଷ୍ଟ ହେଲା ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ଖାଦ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ବାଲିଯାତ୍ରା ପଡିଆରେ ଚଢାଉ। ଯାତ୍ରାରେ ନିମ୍ନମାନର ଖଦ୍ୟା ବିକ୍ରି ଅଭିଯୋଗ ନେଇ କଟକ ମହାନଗର ନିଗମ ଫୁଡ୍‌ ସ୍କ୍ଵାର୍ଡ ପକ୍ଷରୁ ଆଜି ଚଢାଉ କରାଯାଇଛି। ଚଢାଉ ବେଳେ ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରଛି। ବିଭିନ୍ନ ପ୍ରକାର ଫାଷ୍ଟଫୁଡ୍, ମୋମୋ, ଚାଟ୍‌ ଆଦି ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରାଯାଇଛି। ଚଢାଉରେ ୪ଟି ଟିମ୍‌ ସାମିଲ୍‌ ହୋଇଛନ୍ତି। ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଚାଲିଛି ଚଢାଉ। ଖାଦ୍ୟରେ ବ୍ୟବହାର କରାଯାଉଥିବା ତେଲ ଓ ମସଲା ମାନକୁ ନେଇ ମଧ୍ୟ ଯାଞ୍ଚ କରୁଛି ଟିମ୍‌। ତେବେ ଯାଞ୍ଚ ବେଳେ ଅଧିକାଂଶ ଷ୍ଟଲ୍ ମାନଙ୍କରେ ଫୁଡ୍ କଲର, ନିମ୍ନ ମାନର ସସ୍, ପୋଡ଼ା ତେଲ ସବୁ ବ୍ୟବହାର କରାଯାଉଥିବା ଜଣା ପଡିଛି। ସେହି ଷ୍ଟଲ୍ ଗୁଡ଼ିକର ଖାଦ୍ୟ ସବୁକୁ ନଷ୍ଟ କରାଯିବା ସହ ସେମାନଙ୍କୁ ଜରିମାନା ମଧ୍ୟ ଲଗାଯାଇଛି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦୁଇ ବର୍ଷ ପରେ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେଉଛି। ୨ଦିନ ହେଲା ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଖଚାଖଚ ଭିଡ ଦେଖିବାକୁ ମିଳିଛି। ତେବେ ଏହି ଯାତ୍ରାରେ ଲାଗିଛି ଶତାଧିକ ଫୁଡ୍ ଷ୍ଟଲ୍ । ଫାଷ୍ଟଫୁଡଠୁ ଆରମ୍ଭ କରି ନିରାମିଷ ଓ ଆମିଷ ଖାଦ୍ୟର ପ୍ରାୟ ୧୪୦୦ ଷ୍ଟଲ୍ ଲାଗିଛି । ସୁଆଦିଆ ଖାଦ୍ୟ ଖାଇବାକୁ ଫୁଡ ଷ୍ଟଲ ଆଗରେ ଲୋକଙ୍କ ଭିଡ଼ ଜମୁଛି। ତେବେ ଲୋକଙ୍କ ଅତ୍ୟଧିକ ଚାହିଦାକୁ ଦେଖି କିଛି ଅସାଧୁ ବ୍ୟବସାୟୀ ଅପମିଶ୍ରିତ, ଦୂଷିତ ଖାଦ୍ୟ ବିକ୍ରି କରୁଛନ୍ତି ।

Related Posts