ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ନାହିଁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ହାତ: ଅଭିନେତ୍ରୀଙ୍କ ଓକିଲ

ମୁମ୍ଵାଇ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କ ସଂପର୍କ ଓ ୨୦୦ କୋଟି ମନି ଲଣ୍ଡରିଂ ମାମଲାକୁ ନେଇ ଅଡ଼ୁଆ ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି । ସେପଟେ ଇଡି ତାଙ୍କୁ ଘନ ଘନ ଜେରା କରିବା ସହ ଅଭିଯୁକ୍ତ ସାବ୍ୟସ୍ତ କରିଛି । ତେବେ ଏହି ସ୍କାମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ହାତ ନାହିଁ ବୋଲି ଅଭିନେତ୍ରୀଙ୍କ ଓକିଲ ଏବେ ଦାବି କରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ସୁକେଶ ଲେଖିଥିବା ଚିଠିକୁ ସେ ପ୍ରକାଶ କରିଛନ୍ତି। ଓକିଲ କହିଛନ୍ତି ଯେ ଜ୍ୟାକଲିନ ନିର୍ଦ୍ଦୋଷ ଏବଂ ସେ ଆଇନ ଅନୁଯାୟୀ ପ୍ରକ୍ରିୟା ଅନୁସରଣ କରି ନିଜ ସମ୍ମାନ ପାଇଁ ଲଢେଇ ଜାରି ରଖିବେ।

କହିବାକୁ ଗଲେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ରକ୍ଷା କରିବା ପାଇଁ ଏକ ଚିଠି ଲେଖିଛନ୍ତି। ଏହା ଓକିଲଙ୍କ ମାଧ୍ୟମରେ ଗଣମାଧ୍ୟମକୁ ପ୍ରକାଶିତ କରାଯାଇଛି । ଏହି ଚିଠିରେ ଲେଖାଥିଲା ଯେ, ପିଏମଏଲଏ (ମନି ଲଣ୍ଡରିଂ) ମାମଲାରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ … ଆମେ ପ୍ରେମ ସମ୍ପର୍କରେ ଥିଲୁ ଏବଂ ଯଦି ମୁଁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଉପହାର ଦେଇଛି । ଏଥିରେ ତାଙ୍କର କଣ ଭୁଲ ଥିଲା…। ସେ ମୋତେ ଭଲ ପାଇବା ଏବଂ ତାଙ୍କ ସହ ଠିଆ ହେବା ଛଡା ଆଉ କିଛି ମାଗିନଥିଲେ … ”

ଏହାକୁ ନେଇ ସେ ପୁନାରାବୃତ୍ତି କରି କହିଛନ୍ତି, ” ଜ୍ୟାକଲିନ ନିର୍ଦ୍ଦୋଷ। ସେ ଆଇନର ଉଚିତ ପ୍ରକ୍ରିୟା ଅନୁସରଣ କରି ନିଜ ସମ୍ମାନ ପାଇଁ ଲଢିବେ। ଯେକୌଣସି ଅନୁସନ୍ଧାନର ଉଦ୍ଦେଶ୍ୟ ହେଉଛି ସତ୍ୟ ଜାଣିବା। ଯଦିଓ ଅଭିଯୁକ୍ତଙ୍କ ଦ୍ଵାରା କିଛି ତଥ୍ୟ ପ୍ରକାଶ କରାଯାଇଥାଏ, ତେବେ ଏଜେନ୍ସିଗୁଡିକ ଦ୍ୱାରା ନିରପେକ୍ଷ ଭାବେ ତଦନ୍ତ ହେବା ଉଚିତ୍। ତାଙ୍କ ବିବୃତ୍ତି ଆଇନର ପ୍ରଯୁଜ୍ୟ ଧାରା ଅନୁଯାୟୀ ରେକର୍ଡ ହୋଇପାରେ ଏବଂ ସତ୍ୟ ଜାଣିବା ପାଇଁ ତଦନ୍ତ କରାଯାଇପାରେ

Related Posts