ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣା ଘଟଣା: ଶହୀଦ ମେଜର ମୁସ୍ତାଫା ବୋହରାଙ୍କ ଶେଷକୃତ୍ୟ ସଂପନ୍ନ

ଜୟପୁର: ଅରୁଣାଚଳ ପ୍ରଦେଶରେ ଗତ ଶୁକ୍ରବାର ଦିନ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ଶହୀଦ ହୋଇଥିଲେ ମେଜର ମୁସ୍ତାଫା ବୋହରା । ଆଜି ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶହୀଦ ଯବାନ ମେଜର ମୁସ୍ତଫା ବୋହରାଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ କରାଯାଇଛି । ଡବୋକ ବିମାନବନ୍ଦରରେ ସାମରିକ ପ୍ରୋଟୋକଲ ଅନୁଯାୟୀ ଖଂଜିପିର ସ୍ଥିତ ଶ୍ମଶାନରେ ସେ ପଞ୍ଚଭୂତରେ ଲୀନ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶ ଇଟାନଗରର ଉପେର ସିଆଙ୍ଗ ଜିଲ୍ଲାଠୁ ୨୫ କିଲୋମିଟର ଦୂର ସିଙ୍ଗିଂ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର । ଅତି ଦୁର୍ଗମ ଅଞ୍ଚଳରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ଘଟଣାରେ ଉଦୟପୁରର ଲାଲ ମେଜର ମୁସ୍ତାଫା ବୋହରା ମଧ୍ୟ ଶହୀଦ ହୋଇଥିଲେ । ରବିବାର ଦିନ ଡବୋକ ଏୟାରପୋର୍ଟରେ ସେନା ଅଧିକାରୀମାନେ ବୀରପୁତ୍ରଙ୍କୁ ଶେଷ ବିଦାୟ ଦେଇଥିଲେ । ପୁଅକୁ ହରାଇ ବାପା ମାଆ ଭାଙ୍ଗି ପଡିଥିବା ବେଳେ ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିବା ମଣିଷକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ପତ୍ନୀ।

ପ୍ରକାଶ ଥାଉକି, ଅରୁଣାଚଳ ପ୍ରଦେଶ ସିଙ୍ଗିଂ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନା ହେଲିକପ୍ଟର । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ସୂଚନା ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି । ଏହି ହେଲିକପ୍ଟରରେ ୫ ଜଣ ଯବାନ ରହିଥିଲେ । ଶୁକ୍ରବାର ସକାଳ ୧୦.୪୦ ମିନିଟରେ ଏହି ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁସ୍ଥାନରେ ଦୁର୍ଘଟଣା ଘଟିଥିଲା ସେଠାକୁ ରାସ୍ତାସୁବିଧା ନ ଥିଲା । ଫଳରେ ଉଦ୍ଧାରକାର୍ଯ୍ୟତ ପ୍ରଭାବିତ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇବାମାତ୍ରେ ତୁରନ୍ତ ଏକାଧିକ ଉଦ୍ଧାକାରୀ ଦଳକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା ।

Related Posts