ଆଜି ଶିନ୍ଦେ-ଫଡନାଭିସଙ୍କ ସହ ରାତ୍ର ଭୋଜନ କରିବେ ଶରଦ ପାୱାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅନ୍ଧେରୀ ଇଷ୍ଟ ଆସନରେ ଉପ-ନିର୍ବାଚନ ଏବଂ ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେଶନ ନିର୍ବାଚନ ପାଇଁ ଏବେ ମହାରାଷ୍ଟ୍ରରେ ରାଜନୈତିକ ଗତିବିଧି ଜୋରଦାର ଜାରି ରହିଛି। ବର୍ତ୍ତମାନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାରଙ୍କ ରାତ୍ରଭୋଜନ ଯୋଜନା ରାଜ୍ୟ ରାଜନୀତିରେ ମୁଖ୍ୟ ବିଷୟ ପାଲଟିଛି। ବୁଧବାର ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏକ ରାତ୍ରଭୋଜନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି।

ତେବେ ବିଶେଷ କଥା ହେଉଛି ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମସିଏ)ର ନିର୍ବାଚନ ପାଖେଇ ଆସୁଛି। ତେବେ ଏହି ରାତ୍ରଭୋଜନ କୁ ଉଭୟ ପକ୍ଷ ରାଜନୀତିଠାରୁ ଦୂରେଇ ରଖିବା ବିଷୟରେ କହୁଛନ୍ତି।

ତେବେ ଗଣମାଧ୍ୟମ ରିପୋର୍ଟ ଏବଂ ଭାଜପା ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଦେବେନ୍ଦ୍ର ଫଡନାଭିସ ଏବଂ ପାୱାରଙ୍କ ସହ ବୁଧବାର ୱାଙ୍ଖେଡେ ଷ୍ଟାଡିୟମର ଗାରୱେର୍‌ କ୍ଲବରେ ରାତ୍ରଭୋଜନ କରିବେ। ଏକ ରିପୋର୍ଟ ଅନୁଯାୟୀ, ଫଡନାଭିସଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ, ମୁମ୍ବାଇ କ୍ରିକେଟ ଆସୋସିଏସନ୍ ଏକ ସମ୍ମାନଜନକ ସଙ୍ଗଠନ ଏବଂ ଫଡନାଭିସ ଏବଂ ପାୱାରଙ୍କ ରାତ୍ରଭୋଜନ ଯୋଜନା ଏମସିଏ ସହ ଜଡିତ। ଏହା ସମ୍ପୁର୍ଣ୍ଣ ଭାବରେ ଖେଳର ବିଷୟ। ଏଭଳି ପ୍ରସଙ୍ଗରେ ରାଜନୀତି ଦେଖିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

Related Posts