‘ଆଗାମୀ ଦିନ ପାଇଁ ପିଲାଙ୍କୁ ଏବେଠୁ ପ୍ରସ୍ତୁତ କରାଯାଉଛି’; ନୂଆ ପାଠ୍ୟକ୍ରମ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନବମ ଓ ଦଶମରେ ନୂଆ ପାଠ୍ୟକ୍ରମ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି । ପିଲାମାନଙ୍କୁ ଏବେଠୁ ପ୍ରସ୍ତୁତ କରାଗଲେ ଆଗକୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ତାଙ୍କୁ ସୁବିଧା ହେବ। ବିଭିନ୍ନ ବିଷୟରେ ତାଲିମ ଓ ପ୍ରୋଜେକ୍ଟ ରିଲେଟେଡ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଉଛି ।

ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବା ବ୍ୟବସ୍ଥା ରହିଛି। ଷ୍ଟଡି ମ୍ୟାଟେରିଆଲ ଖୁବଶୀଘ୍ର ସବୁ ସ୍କୁଲରେ ପହଞ୍ଚିବ। ବୋର୍ଡ ଏ ନେଇ ବ୍ୟବସ୍ଥା କରିଛି। ଶିକ୍ଷା ଭିତ୍ତିଭୂମି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଅନୁମୋଦିତ ହୋଇଥିବା ପୋଷ୍ଟ ସବୁ ପୂରଣ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନଵମ ଓ ଦଶମ ଶ୍ରେଣୀରେ ଏଣିକି ଚାରିଟି ନୂଆ ଵିଷୟ ପାଠ୍ୟକ୍ରମରେ ରହିବ। ଏ ନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଵୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଚଳିତ ଵର୍ଷଠାରୁ ଏହି ଵିଷୟ ଗୁଡିକ ନଵମରେ ଆରମ୍ଭ କରାଯିବ। ଆସନ୍ତା ଵର୍ଷଠାରୁ ଦଶମରେ ଏହି ଵିଷୟ ଗୁଡିକୁ ଆରମ୍ଭ କରାଯିବ। ଵିଷୟ ଗୁଡିକ ହେଲା ପୁସ୍ତକ ସମୀକ୍ଷା, ପ୍ରୋଜେକ୍ଟ ଓ୍ବାର୍କ, କୋ କରିକୁଲାର ଆକ୍ଟିଭିଟି ଓ ଇନଫରମେସନ ଟେକ୍ନୋଲୋଜି । କୋ କରିକୁଲାର ଆକ୍ଟିଭିଟିରେ ମୋଟ ୭ଟି ଆକ୍ଟିଭିଟି ରହିବ । ସେଥି ମଧ୍ୟରୁ ପ୍ରମୁଖ ହେଲା, ଗେମ୍ସ, ସ୍ପୋର୍ଟସ, ଦଉଡ କୁଦ, ଯୋଗ ଇତ୍ୟାଦି। ଏହି ଵିଷୟ ଗୁଡିକର ଵର୍ଷକୁ ଚାରିଟି ପରୀକ୍ଷା ହେଵ। ପ୍ରତି ଵିଷୟର ମୋଟ ମାର୍କ ୨୫ରହିବ। ପ୍ରଥମ ତିନୋଟି ପରୀକ୍ଷା ୫ମାର୍କ ଵିଶିଷ୍ଟ ହେଵ ଓ ଶେଷ ପରୀକ୍ଷା ୧୦ମାର୍କର ହେଵ।

ମୋଟ ଚାରିଟି ଵିଷୟର ଯେଉଁ ଶହେ ମାର୍କର ପରୀକ୍ଷା ହେଵ ସେଥିରୁ ଛାତ୍ରଛାତ୍ରୀ ୮୦ମାର୍କରୁ ଅଧିକ ରଖିଲେ ଏ ଗ୍ରେଡ, ୬୦ରୁ ୮୦ପ୍ରତିଶତ ଵି ଗ୍ରେଡ, ୪୦ରୁ ୬୦ପ୍ରତିଶତ ସି ଗ୍ରେଡ ଓ ୪୦ତଳକୁ ଡି ଗ୍ରେଡ ପାଇଵେ। ତେଵେ ଏହି ମାର୍କ ଵା ଗ୍ରେଡ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟରେ ଦିଆଯିବ । ପ୍ରମୁଖ ଵିଷୟ ଗୁଡିକର ପରୀକ୍ଷାରେ ପରୀକ୍ଷାର୍ଥୀ ଯେଉଁ ନମ୍ବର ରଖିଥିଵେ ସେଥିରେ ଏହି ମାର୍କ ମିଶିଵ ନାହିଁ । ତେଣୁ ପରୀକ୍ଷା ଫଳ ନିର୍ଦ୍ଧାରଣରେ ଏହି ମାର୍କ ଯୋଡା ଯିଵ ନାହିଁ।

Related Posts