ବିରାଟ କୋହଲିଙ୍କ ଦସ୍ତଖତ ଥିବା ବ୍ୟାଟ୍‌ ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀଙ୍କୁ ଉପହାରରେ ଦେଲେ ଭାରତର ବୈଦେଶିକ ମନ୍ତ୍ରୀ

କେନ୍‌ବେରା: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲେର୍ଜଙ୍କୁ ଭେଟି ବିରାଟ କୋହଲିଙ୍କ ଦସ୍ତଖତ ଥିବା ବ୍ୟାଟ୍‌ଟିଏ ଉପହାର ସ୍ବରୂପ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଦୁଇ ଦେଶକୁ କ୍ରିକେଟ୍‌ ରୂପକ ରଜ୍ଜୁ (ସୂତା) ଏକତ୍ର ବାନ୍ଧି ରଖିଛି ବୋଲି ଦର୍ଶାଇବା ନିମନ୍ତେ ଏହା ଥିଲା ଗୋଟାଏ ନିଦର୍ଶନ।

ଟୁଇଟ୍‌ କରି ମାର୍ଲେଜ୍‌ ଲେଖିଛନ୍ତି, କାନ୍‌ବେରାରେ ଡକ୍ଟର୍‌ ଏସ୍‌. ଜୟଶଙ୍କରଙ୍କୁ ଆତିଥ୍ୟ ଦେବା ଆନନ୍ଦର ବିଷୟ। କ୍ରିକେଟ୍‌ ପ୍ରତି ଆମର ଶ୍ରଦ୍ଧା ସମତେ ଆମକୁ ଏକତ୍ର କରିବା ପାଇଁ ଆହୁରି ଅନେକ କିଛି ରହିଛି। ପ୍ରଖ୍ୟାତ କ୍ରିକେଟ୍‌ ଖେଳାଳି ବିରାଟ କୋହଲିଙ୍କ ସ୍ବାକ୍ଷର ବହନ କରୁଥିବା ବ୍ୟାଟ୍‌ଟିଏ ଦେଇ ଆଜି ସେ ମତେ ବିସ୍ମିତ କରିଛନ୍ତି।

ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ତୁଲାଉଥିବା ମାର୍ଲେଜ୍‌ଙ୍କ ସହିତ କଥୋପକଥନ କରିବା ବେଳେ ଜୟଶଙ୍କର ଆଞ୍ଚଳିକ ଓ ବୈଶ୍ବିକ ନିରାପତ୍ତା ପ୍ରସଙ୍ଗରେ ମତ ଦେଇଥିଲେ।

ସଫଳ ନିଉଜ୍‌ଲାଣ୍ଡ୍‌ ଗସ୍ତ ଶେଷ କରି ଜୟଶଙ୍କର ସୋମବାର ଦିନ କେନ୍‌ବେରାରେ ପହଞ୍ଚିଥିଲେ। ତାଙ୍କ ଆଗମନ ଉପଲକ୍ଷେ ଅଷ୍ଟ୍ରେଲିଆର ପୁରାତନ ସଂସଦ ଭବନକୁ ଭାରତର ଜାତୀୟ ପତାକାର ତ୍ରିରଙ୍ଗ ଆଲୋକରେ ଉଦ୍‌ଭାସିତ କରାଯାଇଥିଲା।

ଏହାପରେ, ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱଙ୍ଗ୍‌ ସହିତ ଜୟଶଙ୍କର ‘ଫରେନ୍‌ ମିନିଷ୍ଟର୍ସ ଫ୍ରେମ୍‌ୱାର୍କ ଡାଇଲଗ୍‌’ର ୧୩ଶ ଅଧିବେଶରେ ଭାଗ ନେଇଥିଲେ।

Related Posts