‘ମୁଁ ଆନନ୍ଦିତ ନୁହେଁ କି ଦୁଃଖୀ ମଧ୍ୟ ନୁହେଁ’; ଯୋଜନା ବୋର୍ଡ ସଦସ୍ୟ ଭାବେ ନାମ ଘୋଷଣା ପରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ଘୋଷଣା ହୋଇଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି ଯେ, ଏଥିରେ ମୋର ଆନନ୍ଦ ନାହିଁ କି ଉଲ୍ଲସିତ ନାହିଁ କିମ୍ବା ମୁଁ ଦୁଃଖୀ ନାହିଁ । ରାଜ୍ୟସଭା ଦେବେ ବୋଲି ସୁପ୍ରିମୋ କହିଥିଲେ, କିନ୍ତୁ ଦେଲେ ନାହିଁ । ସେଥିପାଇଁ ମୁଁ କଣ ଦୁଃଖୀ ହୋଇ ଦଳ ବିରୋଧରେ କେବେ କହିଛି । ମୁଁ ସବୁବେଳେ ଲୋକଙ୍କ ସହ ଅଛି, ୨୦୨୪ ନିର୍ବାଚନରେ ସୁଯୋଗ ମିଳିଲେ ଲଢିବି । ମୁଁ ସଵୁବେଳେ ପ୍ରସ୍ତୁତ ଅଛି ବୋଲି ପ୍ରସନ୍ନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ନିର୍ବାଚନରେ ପ୍ରସନ୍ନ ପାଟ୍ଟଶାଣୀଙ୍କର ଭୁବନେଶ୍ୱର ଲୋକସଭା ଆସନରୁ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କର ବ୍ରହ୍ମପୁର ବିଧାନସଭା ଆସନରୁ ଟିକେଟ୍ କଟିଥିଲା। ସେତେବେଳେ ଉଭୟଙ୍କୁ ରାଜ୍ୟସଭା ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏନେଇ ଉଭୟ ଆଶାବାଦୀ ମଧ୍ୟ ଥିଲେ । ହେଲେ ଦଳ ଉଭୟଙ୍କୁ ରାଜ୍ୟସଭା ପଠାଇନଥିଲା । ଏବେ ସେମାନଙ୍କୁ ଯୋଜନା ବୋର୍ଡରେ ସଦସ୍ୟ ଭାବେ ଥଇଥାନ କରାଯାଇଛି । ଉଭୟଙ୍କୁ ଏବେ କ୍ୟାବିନେଟ୍ ପାହ୍ୟା ମିଳିବ ।

Related Posts