କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଏସିଡ ଆକ୍ରମଣରେ ଦୁଇ ଯୁବକ ଆହତ

କଟକ: କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଅଘଟଣ । ଦୁଇ ଯୁବକଙ୍କ ଉପରେ ଏସିଡ ଆକ୍ରମଣ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଆଜି ସାମାନ୍ୟ ବଚସାରୁ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଘଟଣାରେ ବାଲୁବଜାର ଅଞ୍ଚଳର ସତ୍ୟବାନ୍ ସାହୁ (୧୯) ଓ ତାଙ୍କର ସହଯୋଗୀ ଆହତ ହୋଇ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଚାନ୍ଦିନୀଚୌକ ଅଞ୍ଚଳରେ ଦିନ ଦ୍ୱିପହରରେ ଏସିଡ ମାଡ କଲା ଦୁର୍ବୃତ୍ତ। ଏହି ଆକ୍ରମଣରେ ସତ୍ୟବାନ ସାହୁ ନାମକ ଜଣେ ଯୁବକ ଗୁରୁତର ହେବା ସହ ତାଙ୍କ ବନ୍ଧୁ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ଏପରି ଥିଲାକି ଚାନ୍ଦିନୀଚୌକ ଅଞ୍ଚଳର ନବୀନା (୪୦) ଦୀର୍ଘଦିନ ହେବ ସତ୍ୟବାନକୁ ହଇରାଣ ହରକତ କରିବା ସହ ଫୋନରେ ମଧ୍ୟ ଗାଳି ଗୁଲଜ କରନ୍ତି।

କିନ୍ତୁ ଆଜି ସକାଳେ ନବିନା ସତ୍ୟବାନଙ୍କ ଭଉଣୀକୁ କଲ କରି ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ ଯାହାର ପ୍ରତିବାଦ କରି ସତ୍ୟବାନ ନବୀନାଙ୍କୁ ଏ ସମ୍ପର୍କରେ ପଚାରିଥିଲେ କିନ୍ତୁ ନବୀନା ଉତଖିପ୍ତ ହୋଇ ହଠାତ୍ ସତ୍ୟବାନ ଓ ତାଙ୍କ ସାଙ୍ଗ ସୌମ୍ୟଙ୍କ ଉପରକୁ ଏସିଡ ମାଡ କରିଥିଲେ। ଘଟଣା ସ୍ଥଳରୁ ହିନ୍ଦୁସେନା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ସିଟି ହସ୍ପିଟାଲ ନେଇଥିଲେ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନନ୍ତର କରଯାଇଛି ।

Related Posts