ମେକ୍ସିକୋରେ ଆଖିବୁଜା ଗୁଳିମାଡ: ମେୟରଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ

ମେକ୍ସିକୋ : ଗୁରୁବାର ମେକ୍ସିକୋରେ ଆଖିବୁଜା ଗୁଳିମାଡ ହୋଇଛି । ମେକ୍ସିକୋ ସିଟି ହଲରେ ଆତତାୟୀ ଗୁଳିମାଡ କରିଥିଲେ । ଯେଉଁଥିରେ ମେୟରଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବୁଧବାର ରାତିରେ ବନ୍ଧୁକଧାରୀମାନେ ଗୁରେରୋ ରାଜ୍ୟର ସାନ ମିଗେଲ ଟୋଟୋଲାପାନର ନଗର ହଲରେ ପହଞ୍ଚି ଲୋକଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହି ଗୁଳିରେ ନିହତ ହୋଇଥିବା ଲୋକଙ୍କ ମଧ୍ୟରେ ମେୟର କନରାଡୋ ମେଣ୍ଡୋଜା, ତାଙ୍କ ପିତା ତଥା ପୂର୍ବତନ ମେୟର ଜୁଆନ ମେଣ୍ଡୋଜା ଏବଂ ୭ ଜଣ ପୋଲିସ କର୍ମଚାରୀ ମଧ୍ୟ ରହିଛନ୍ତି । ଘଟଣା ପରେ ପୋଲିସ ସମଗ୍ର ସହରକୁ ନାକାବନ୍ଦୀ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି ପୋଲିସ । ତେବେ ଗୁଳିମାଡର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସିଟି ହଲରେ କାନ୍ଥରେ ବୁଲେଟ୍ ମାର୍କ ଦେଖାଯାଉଛି ।

ସୂଚନା ଥାଉକି, ଆମେରିକାରେ ବହୁ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ଏଭଳି ଘଟଣା ମେକ୍ସିକୋରେ ମଧ୍ୟ ଆରମ୍ଭ ହେବାରେ ଲାଗିଛି ।

Related Posts