ଆଜି ଭାରତୀୟ ବାୟୁସେନାକୁ ମିଳିବ ସ୍ୱଦେଶ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା (ଆଇଏଏଫ୍)କୁ ମିଳିବ ସ୍ୱଦେଶ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର। ୩ ଅକ୍ଟୋବର ତଥା ଆଜିର ଦିନରେ ‘ମେକ ଇନ ଇଣ୍ଡିଆ’ରେ ନିର୍ମିତ ପ୍ରଥମ ହାଲୁକା ଯୁଦ୍ଧ ହେଲିକପ୍ଟର (ଏଲସିଏଚ୍)ର ପ୍ରଥମ ବ୍ୟାଚ୍ ମିଳିବ। ଯୁଦ୍ଧ ବେଳେ ଏହି ହେଲିକପ୍ଟର ନା କେବଳ ଏୟାର ଟୁ ଏୟାର ଆକ୍ରମଣ କରିବ ବରଂ କମ ଗତିରେ ଚାଲୁଥିବା ବିମାନ, ଡ୍ରୋନ ଓ ଆରର୍ମରଡ ବାହନଙ୍କୁ ମଧ୍ୟ ଧ୍ୱଂସ କରିପାରିବ। ଏହି ହାଲୁକା ଯୁଦ୍ଧ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ବିକଶିତ କରିଛନ୍ତି। ପର୍ବାତ୍ୟାଞ୍ଚଳରେ ମୁତୟନ ପାଇଁ ଏହି ହେଲିକପ୍ଟରକୁ ଖାସ୍ ଡିଜାଇନ କରାଯାଇଛି।

ସୋମବାର ଯୋଦ୍ଧପୁରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଭି.ଆର.ଚୌଧୁରୀଙ୍କ ଉପସ୍ଥିତିରେ ଏଲସିଏଚ୍ ବାୟୁସେନା ସ୍କ୍ୱାଡ୍ରନରେ ସାମିଲ ହେବ ବୋଲି ବାୟୁସେନା ଅଧିକାରୀମାନେ ରବିବାର କହିଛନ୍ତି। ୫.୮ ଟନ ଓଜନ ଦୁଇ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟର ପରୀକ୍ଷଣ ପୁରା ହୋଇସାରିଛି।

ଗତମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟି ବୈଠକରେ ସ୍ୱଦେଶ ନିର୍ମିତ ଲିମିଡେଟ୍ ସିରିଜ ପ୍ରଡକ୍ସନ (ଏଲଏସପି) ଏଲସିଏଚ୍ କ୍ରୟକୁ ମଞ୍ଜୁର କରିଥିଲେ। ୩,୮୮୭ କୋଟି ଟଙ୍କା ବ୍ୟୟରେ ୧୫ଟି ଏଲସିଏଚ୍ କ୍ରୟ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ୧୦ଟି ବାୟୁସେନାକୁ ଓ ୫ଟି ଭାରତୀୟ ସେନାକୁ ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଥିଲା।

ଏଲସିଏଚ୍ ଅନ୍ଧାରରେ ମଧ୍ୟ ଅପରେସନ ଲାଗି ସକ୍ଷମ ବୋଲି ଅଧିକାରୀମାନେ କହିଛନ୍ତି। ଏହା ଏଥି ପାଇଁ ଖାସ ଯେ ଯୁଦ୍ଧବେଳେ ନିଜର ରକ୍ଷା ନିମନ୍ତେ ଶତ୍ରୁର ବାୟୁ ରକ୍ଷାକୁ ନଷ୍ଟ କରିବାରେ ଏହା ସକ୍ଷମ। ଏଲସିଏଚକୁ ଲଦ୍ଦାଖ ଭଳି ଉଚ୍ଚସ୍ଥାନରେ ମଧ୍ୟ ମୂତୟନ କରାଯାଇପାରିବ। କାରଣ ଏହା ପାହାଡରେ ନିର୍ମିତ ବଙ୍କର ଧ୍ୱଂସ କରିବାରେ କୁଶଳ। ଏହାକୁ ଜନବସତୀ ଅଞ୍ଚଳ ସମେତ ଜଙ୍ଗଲରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏହି ହେଲିକପ୍ଟରକୁ ସମୁଦ୍ର, ମରୁଭୂମି ଓ ସିୟାଚେନ ଭଳି ଉଚ୍ଚ ସ୍ଥାନରେ ପରୀକ୍ଷଣ କରାଯାଇଥିଲା ।

Related Posts