କୋରାପୁଟ: ପ୍ରବଳ ବର୍ଷାରେ ଭୁସୁଡ଼ିପଡ଼ିଲା ପାଚେରି । ଫଳରେ ଜଣେ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ କୋରାପୁଟ ସହରରେ ଗତ ରାତିରେ ପ୍ରବଳ ବର୍ଷା ହୋଇଥିଲା । ଏନେଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ପାଚେରୀ ଭାଙ୍ଗି ଯିବାରୁ ସହରର ଜଣେ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଛି |
ମୃତ ଯୁବକ ଜଣକ ଜଣେ ହୋଟେଲ ବ୍ୟବସାୟୀ ହୋଇଥିବାବେଳେ ସେ ସେହି ବାଟ ଦେଇ ଗଲାବେଳେ ତାଙ୍କ ଉପରେ ପାଚେରୀ ପଡିଯିବାରୁ ସେ ଗୁରୁତର ହୋଇଥିଲେ । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ମୃତ୍ୟୁ ହୋଇଯାଇଛି | ଏହାଛଡା ଦିଲ୍ଲୀପ କୁମାର ଲେଙ୍କା ନାମକ ବ୍ୟକ୍ତିଙ୍କର କାରଟି ମଧ୍ୟ କ୍ଷତିଗସ୍ତ ହୋଇଥିବା ଜଣାପଡିଛି