‘ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେବାକୁ ଉଚିତ ଭାବୁନି’; ଧର୍ମେନ୍ଦ୍ର ସାହୁ ହତ୍ୟା ଘଟଣାରେ ସମୀର ଦାସଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ହତ୍ୟା ଘଟଣାରେ ୨ ଦିନ ଚୁପ୍‌ ରହିବା ପରେ ଆଜି ମୁହଁ ଖୋଲିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ସିଧାସଳଖ କାହା ନାଁ ନେଇଥିଲେ ମଧ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।ନେଇ ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ମୁଁ ବହୁତ ଦୁଃଖିତ । ଧର୍ମେନ୍ଦ୍ର ମୋ ଜିଲ୍ଲା ପରିଷଦ ଜୋନ୍‌ର ସଭ୍ୟ ଥିବାରୁ ଏ ଘଟଣାକୁ ନେଇ ମୁଁ ମର୍ମାହତ । ବାକି ବିବାଦ କଣ ମୁଁ ଜାଣିନି, ପରିବାର ପକ୍ଷରୁ ତ କିଛି ଅଭିଯୋଗ ଆସିନି। ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେବାକୁ ଉଚିତ ମନେ କରୁନି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ,ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଏହି ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଛି ବିଜେପି। ଏହି ଘଟଣାକୁ ତାଙ୍କୁ ଟାଣିବା ସହ ସିଧାସଳଖ ଟାର୍ଗେଟ କରିଛି ବିଜେପି । ଏନେଇ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ। ତାଙ୍କୁ ହତ୍ୟା କରା ଯାଇଥାଇପାରେ। ଆଉ ଏଥିରେ ସିଧାସଳଖ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ରହିଛି ବୋଲି ପ୍ରଭାତୀ କହିଥିଲେ।

Related Posts