ଗୁଜରାଟ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ, ୧୪ ବିଧାୟକଙ୍କୁ ନିଲମ୍ବିତ କଲେ ବାଚସ୍ପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭାରେ ଅଶୋଭନୀୟ ଆଚରଣ ପାଇଁ ବିଧାୟକ ଜିଗ୍ନେଶ ମେୱାନୀଙ୍କ ସମେତ କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଏମାନଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯିବା ସହ ମାର୍ଶଲ ଲଗାଇ ସେମାନଙ୍କୁ ବିଧାନସଭା ଭିତରୁ ବାହାର କରାଯାଇଛି ।ବୁଧବାର ଦିନ ଗୁଜରାଟ ବିଧାନସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଦଳ ନେତା ସୁଖରାମ ରାଠୱା ଆନ୍ଦୋଳନରତ ସରକାରୀ କର୍ମଚାରୀ, କୃଷକ, ଅଙ୍ଗନବାଡୀ କର୍ମୀ, ଅବସରପ୍ରାପ୍ତ ସେନା କର୍ମଚାରଙ୍କ ସମସ୍ୟା ଉପରେ ୩୦ ମିନିଟ ପାଇଁ ବିଶେଷ ଆଲୋଚନା ଦାବି କରିଥିଲେ ।

ହେଲେ ରାଠୱାଙ୍କର ଏଭଳି ଦାବିକୁ ଖାରଜ କରିଦେଇଥିଲେ ବିଧାନସଭା ବାଚସ୍ପତି ନିମାବେନ ଆଚାର୍ଯ୍ୟ । ଏହାପରେ ବିଧାୟକ ଜିଗ୍ନେଶ ମେୱାନୀଙ୍କ ସହ କଂଗ୍ରେସର ଆଉ କିଛି ବିଧାୟକ ବାଚସ୍ପତିଙ୍କ ଟେବୁଲ ନିକଟକୁ ଯାଇ ନାରାବାଜୀ କରିଥିଲେ । ସେମାନେ ଆନ୍ଦୋଳନରେ ବସିଥିବା ସମସ୍ତ କର୍ମଚାରୀଙ୍କୁ ନ୍ୟାୟ ଦେବାକୁ ନାରାବାଜି କରିଥିଲେ । ଏହାକୁ ନେଇ ବିରୋଧୀଦଳର ଉପ ନେତା ଶୈଲେସ ପରମାର କହିଥିଲେ କି ଯେତେବେଳେ ଏତେଗୁଡିଏ ବିଭାଗର ସରକାରୀ କର୍ମଚାରୀ ନିଜ ନିଜର ଲମ୍ବା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ସେତେବେଳେ ସରକାର କାହିଁକି ଏହା ଉପରେ ଆଲୋଚନା କରିବାକୁ ମନା କରୁଛନ୍ତି ।

ସେପଟେ ବିରୋଧୀ ବିଧାୟକମାନେ ଦୀର୍ଘସମୟ ଧରି ଏଭଳି ନାରାବାଜି କରିବାରୁ ସଂସଦୀୟ କାର୍ଯ୍ୟମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ ସେମାନଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବକୁ ଧ୍ୱନୀମତ ସହାୟାତରେ ପାରିତ କରାଯାଇଥିଲା । ଏଥିରେ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନୀଙ୍କ ସହ କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବନ କରାଯାଇଛି ।

Related Posts