ଯେଉଁମାନେ ଜିନିଷ କିଣିବାକୁ ଦୋକାନକୁ ଯାଆନ୍ତି ନାହିଁ, ସେମାନେ ଅଟାକୁ କିପରି ଓଜନ କରାଯାଏ ଜାଣନ୍ତି ନାହିଁ: ରାହୁଲଙ୍କୁ ଜୟରାମ ଠାକୁରଙ୍କ କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ଅନ୍ତର୍ଗତ କରସୋଗରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀରେ କଂଗ୍ରେସ ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରୁଥିବାବେଳେ, ଦଳର ପୂର୍ବତନ ଅଧ୍ୟକ୍ଷ ଅଟାର ଓଜନକୁ କିଲୋଗ୍ରାମ ବଦଳରେ ଲିଟରରେ କହି ଦେଇଥିଲେ। ଏହାକୁ ନେଇ ଜୟରାମ ଠାକୁର ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଠାକୁର କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ନୀତିକୁ ପ୍ରଶଂସା ମଧ୍ୟ କରିଥିଲେ ।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯେଉଁମାନେ କିଛି କିଣିବାକୁ ଦୋକାନକୁ ଯାଆନ୍ତି ନାହିଁ, ସେମାନେ ଅଟା କିମ୍ବା ଡାଲିକୁ କିପରି ଓଜନ କରାଯାଏ ଜାଣିପାରିବେ ନାହିଁ । ଯଦି ଦେଶରେ ଜଣେ ନେତା ଜାଣନ୍ତି ନାହିଁ କି ଅଟା ଲିଟରରେ ନୁହେଁ, କିଲୋରେ ବିକ୍ରି ହେଉଛି, ତେବେ ଏହା ଦେଶ ପାଇଁ ବଡ଼ ଦୁର୍ଭାଗ୍ୟ । ଗୋଟିଏ ପଟେ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିବାବେଳେ, କଂଗ୍ରେସରେ ଦଳ ଛାଡ ଅଭିଯାନ ଦ୍ରୁତ ଗତିରେ ଚାଲିଛି ବୋଲି ସେ କହିଛନ୍ତି। ଏହି କ୍ରମରେ ସେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି ।

ହିମାଚଳ ପ୍ରଦେଶରେ ମଧ୍ୟ କଂଗ୍ରେସ ସମାନ ସ୍ଥିତିରେ ଗତି କରୁଥିବା ଜୟରାମ ଠାକୁର କହିଛନ୍ତି । ସେ ହିମାଚଳ ପ୍ରଦେଶରେ ବେକାରୀ ସମସ୍ୟା ନେଇ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଜୟରାମଙ୍କ ଶାସନ କାଳରେ ଏହି ବେକାରୀ ବୃଦ୍ଧି ହୋଇନାହିଁ । ବରଂ କଂଗ୍ରେସ ଶାସନ କାଳରୁ ଏହି ବେକାରୀ ସମସ୍ୟା ଜାରି ରହିଛି ବୋଲି ସେ କହିଛନ୍ତି । ଯିଏ ଅଧିକ ଦିନ ପର୍ଯ୍ୟନ୍ତ କ୍ଷମତାରେ ରହିଛି, ଆଜି ସେହି ଦଳ ବେକାରୀଙ୍କ ସ୍ବାର୍ଥ ରକ୍ଷା କରିବାର ନାଟକ କରୁଛି ବୋଲି କହି କଟାକ୍ଷ କରିଛନ୍ତି ଜୟରାମ ଠାକୁର ।

Related Posts