୫-ଟି ସଚିବଙ୍କ କଟକ ଗସ୍ତ; ଏସସିବି ମେଡ଼ିକାଲ ଓ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ସକାଳୁ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ଏସସିବି ମେଡ଼ିକାଲର ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଛନ୍ତି । ପ୍ରଥମେ ଏସସିବି ବଡ଼ ମେଡ଼ିକାଲ ବୁଲି ବିକାଶମୂଳକ କାମର ତଦାରଖ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସସିବି ବଡ଼ ମେଡିକାଲକୁ ଏମସପ୍ଲସ କରିବା ପାଇଁ ସମସ୍ତ କାର୍ଯ୍ୟ ଜୋରସରରେ ଜାରି ରହିଛି । ଏହା ପରେ ଫାଇଭ-ଟି ସଚିବ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାମ ଜାରି ରହିଥିବା ବେଳେ ଏହାର ମଧ୍ୟ ତଦାରଖ କରିଛନ୍ତି ପାଣ୍ଡିଆନ୍ ।

କେଉଁ କେଉଁ କାମ ସରିଛି, କାମ କିଭଳି ଚାଲିଛି ଏବଂ କେତେଦିନ ଭିତରେ କାମ ସରିବ ସେ ନେଇ ଫାଇଭ-ଟି ସଚିବ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ କଟକ ଜିଲ୍ଲାପାଳ, କଟକ ଡ଼ିସିପି, ସିଡ଼ିଏ ଚେୟାରମ୍ୟାନ, ସିଏମସି କମିଶନର ଏବଂ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Posts