ଗୁଜୁରଟ ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ଆପ, ସମସ୍ତ ଆସନରେ ପ୍ରାର୍ଥୀ ଦେବ ଦଳ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ବିଗୁଲ୍ ଫୁଙ୍କିଛି ଆମ୍ ଆଦମୀ ପାର୍ଟି। ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ଗୁଜୁରାଟର ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆପ। ଗୁଜୁରାଟରେ ଏକାକୀ ଲଢ଼ିବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ। ଏହାସହ ସେ କହିଛନ୍ତି ଯେ ଗୁଜରାଟରେ ଆଗାମୀ ୨ ମାସ ମଧ୍ୟରେ ବିଜେପି ସରକାରରୁ ଯାଉଛି ଓ ଆମ୍ ଆଦମୀ ପାର୍ଟିର ସରକାର ଆସୁଛି ।ଗୁଜରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସେଠାରେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଏଠାରେ ଗତ ଦୁଇମାସ ହେଲା ସବୁ ବର୍ଗର ଲୋକଙ୍କ ସହ ମିଶୁଛି । ଜଣେ ହେଲେ ବ୍ୟକ୍ତି ବିଜେପି ଶାସନରେ ସନ୍ତୁଷ୍ଟ ଥିବା କଥା କହି ନାହାଁନ୍ତି । ସେପଟେ ଗୁଜରାଟ ଲୋକଙ୍କୁ ମାଗଣା, ବିଜୁଳି ଓ ମାଗଣା ଶିକ୍ଷା ଦେବାକୁ ଆମ୍ ଆଦମୀ ପାର୍ଟି ଘୋଷଣା କରିବା ପରେ ଏହାକୁ ବିଜେପି ଭିନ୍ନ ଭିନ୍ନ ତରିକାରେ ବିରୋଧ କରୁଥିବା କଥା ଅଭିଯୋଗ କରିଛନ୍ତି ।

କେଜ୍ରିୱାଲ ଗୁଜରାଟର ଭୋଟରଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହେବା ପରେ ଏଠାରେ କୌଣସି ସରକାରୀ କାମ ପାଇଁ ଲୋକଙ୍କୁ ଲାଞ୍ଚ ଦେବାକୁ ପଡିବ ନାହିଁ । ସରକାରୀ କାମ କରିବାକୁ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ଯିବା ପଡିବ ନାହିଁ ବରଂ ସରକାରୀ କର୍ମଚାରୀ ଲୋକଙ୍କ ପାଖରେ ପହଞ୍ଚିବେ । ଏହାସହ ବିଜେପି ସରକାରର କାର୍ଯ୍ୟକାଳରେ ହୋଇଥିବା ସମସ୍ତ ଦୁର୍ନୀତିର ଯାଞ୍ଚ ହେବ ବୋଲି କେଜ୍ରିୱାଲ କହିଛନ୍ତି ।

Related Posts