ଚୋରା ଚାଲାଣ ବେଳେ କେନ୍ଦୁପତ୍ର ବୋଝେଇ ଗାଡି ଜବତ

ଆଠମଲ୍ଲିକ : ଚୋରା ଚାଲାଣ ହେଉଥିଲା କେନ୍ଦୁପତ୍ର ବୋଝେଇ ଗାଡି । ମାଡି ବସିଲା ବନ ବିଭାଗ। ଦୁଇ କେନ୍ଦୁପତ୍ର ବୋଝେଇ ଗାଡି ଜବତ କରିଛି ବନ ବିଭାଗ । ଆଠମଲ୍ଲିକ ବନଖଣ୍ଡର ଦୁଇଟି ରେଞ୍ଜରୁ କେନ୍ଦୁପତ୍ର ବୋଝେଇ ଗାଡି ଜବତ ହୋଇଛି ।

ତେବେ ଜବତ ହୋଇଥିବା ବୋଝେଇ କେଦୁପତ୍ର ମୁଲ୍ୟ ଆକଳନ ହେଇ ନଥିଲେବି ଦୁଇ ଗୋଟି ଚଡାଉରେ ୯ କୁଇଣ୍ଟାଲରୁ ଅଧିକ ଓଜନର କେଦୁପତ୍ର ଜବତ କରିବାରେ ସଫଳ ହେଇଛି ଆଠମଲ୍ଲିକ ବନବିଭଗ ।

ଖବର ଅନୁଯାୟୀ, ମାଧପୁର ରେଞ୍ଜର କିଆକଟା ଛକ ନିକଟରୁ ଏକ ବୋଲେରୋରେ କେନ୍ଦୁପତ୍ର ଲୋଡ଼ ଗାଡିକୁ ଜବତ କରିଥିବା ସମୟରେ ଡ୍ରାଇଭର ଫେରାର ହେଇଥିଲା । ହଣ୍ଡପା ରେଞ୍ଜର ହଣ୍ଡପା ନିକଟରେ କେଦୁପତ୍ର ଲୋଡ଼ କରି ଚାଲାଣ କରିବାକୁ ଯାଉଥିବା ସମୟରେ ଚଢ଼ାଉ ହେଇଥିଲା । ଗାଡି ଓ କେଦୁପତ୍ର ଛାଡି ସମସ୍ତେ ପଳାଇଯିବା ଫଳରେ ବିଭଗ ଟାଟା ଏସି ଗାଡିକୁ ଜବତ କରିଛି ।

Related Posts