କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ଦେବଗଡ ଜିଲ୍ଲା ବନ୍ଦ ଡାକରା

ଦେବଗଡ : ଆଜି ଦେବଗଡ ଜିଲ୍ଲା ବନ୍ଦ । ଦେବଗଡ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ୨୦୨୧-୨୨ ଖରିଫ ଋତୁ ମରୁଡି ବୀମା ଟଙ୍କା ଦାବିରେ ଜିଲ୍ଲା କୃଷକ ସଂଘର୍ଷ ସଂଘ ବନ୍ଦ ଡାକରା ଦେଇଛି ।

ତେବେ ସଂଘ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଫଳରେ ନୀଳବେର୍ଣ୍ଣୀ ସାହି ବାଇପାସ ଛକଠାରେ ରାସ୍ତା ଅବରୋଧ ହୋଇଛି। ଯେଉଁଥିପାଇଁ ୪୯ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଏପରିକି ଦୋକାନ ବଜାର ବନ୍ଦ ଥିବା ମଧ୍ୟ ଦେଖିବାକୁ ମିଳିଛି ।

Related Posts