ଆଠଗଡ଼ : ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟନୁଷ୍ଠାନ । ଏହି ଘଟଣାରେ ସଂପୃକ୍ତି ଥିବା ନେଇ ଆଉ ୩ ଜଣ ଶୀକାରିଙ୍କୁ ଆଠଗଡ଼ ବନ ଗିରଫ କରିଛି ବିଭାଗ। ଗିରଫ ଅଭିଯୁକ୍ତଙ୍କ ପରିଚୟ ବଡ଼ମ୍ବା ଥାନା ମହତାବନ୍ଧ ଗାଁର ନିର୍ମଳ ପ୍ରଧାନ, ମହେଶ୍ୱର ପ୍ରଧାନ ଏବଂ ଭିମ ବେହେରା ବୋଲି ଜଣାପଡ଼ିଛି। ଏହି ସମସ୍ତ ଅଭିଯୁକ୍ତକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।
ବିଭାଗୀୟ ସୂଚନା ଅନୁସାରେ ବଡ଼ମ୍ବା ରେଞ୍ଜ୍ର ଗୋପପୁର ସଂରକ୍ଷିତ ଜଙ୍ଗଲରୁ ଗତ ଜୁନ ୨ ତାରିଖରେ ଏଟିଏଫ ଏକ ହାତୀ କଙ୍କାଳ ଠାବ କରିଥିଲା। ଏହି ମାମଲାରେ ଗିରଫ ଅଭିଯୁକ୍ତମାନେ ସମ୍ପୃକ୍ତ ଥିଲେ ବୋଲି ଆଠଗଡ଼ ବନ ଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି।