ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ପି ଚିଦମ୍ବରମ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଦେଶର ସଂସଦ ନିଷ୍କ୍ରିୟ ହୋଇଯାଇଛି । ସେ କହିଛନ୍ତି ବିଭିନ୍ନ ସଂସ୍ଥାକୁ ସରକାର ନିୟନ୍ତ୍ରିତ କରୁଛନ୍ତି ଓ ସେଗୁଡିକୁ କମଯୋର ମଧ୍ୟ କରାଯାଉଛି । ବର୍ତ୍ତମାନ ଆମ ଦେଶରେ ଲୋକତନ୍ତ୍ର ନିଶ୍ୱାସ ନେବା ପାଇଁ ସଂଘର୍ଷ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟସଭା ଅଧକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାୟିଡୁ ଅଧିବେଶନ ଚାଲିବା ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଲବ କରାଯାଇଥିବା ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ବଞ୍ଚାଇବା ରେ ଅସଫଳ ରହିଥିଲେ ।
ସେହିଭଳି ଗୃହମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ଅମିତ ଶାହ କଂଗ୍ରେସର ମହଙ୍ଗାମାଡକୁ ନେଇ ହେଉଥିବା ପ୍ରତିବାଦକୁ ଭୁଲ କହିଥିଲେ । ରାମମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନା ଦିନ ଏଭଳି ପ୍ରଦର୍ଶନକୁ ଭୁଲ କହିଥିଲେ । ଏହାର ଜବାବରେ ଚିଦମ୍ବରମ କହିଛନ୍ତି, ଯେତେବେଳେ ପ୍ରଦର୍ଶନ ପାଇଁ ଦିନଧାର୍ଯ୍ୟ ହୋଇଥିଲା ସେତେବେଳେ ଶିଳାନ୍ୟାସର ବର୍ଷ ପୂର୍ତ୍ତିର ତାରିଖ କଥା କାହା ମୁଣ୍ଡକୁ ଆସିନଥିଲା ।