ମଙ୍କିପକ୍ସ ଭୟ: ଜିଲ୍ଲା ସ୍ତରରେ ସଚେତନତା କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି: ନବ କିଶୋର ଦାସ

ଭୁବନେଶ୍ବର: କରୋନା ପରେ ଏବେ ସମଗ୍ର ବିଶ୍ବକୁ ଘାରିଛି ମଙ୍କିପକ୍ସ ଭୟ । ଧିରେ ଧିରେ ସଂକ୍ରମଣ ବଢ଼ୁଥିବା ବେଳେ, ଭାରତରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଓଡ଼ିଶା ସରକାର ଙ୍କ ପକ୍ଷରୁ ଏବେଠୁ ସଚେତନତା ଆରମ୍ଭ ହୋଇଯାଇଛି । ଲୋକଙ୍କୁ ସଚେତନ କରିବା ସହ ଘନ ଘନ ବୈଠକ ବସୁଛି ।

ଦେଶର ବିଭିନ୍ନ ସ୍ଥାନରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ଏନେଇ ସତର୍କ ଅଛନ୍ତି। ମଙ୍କିଫକ୍ସକୁ ନେଇ ଆଜି ଉଚ୍ଚ ସ୍ତରୀୟ ବୈଠକ ହୋଇଛି। ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ମଙ୍କିପକ୍ସ ଟେଷ୍ଟ ପାଇଁ କେନ୍ଦ୍ରକୁ କୁହାଯିବ।

ଜିଲ୍ଲା ସ୍ତରରେ ସଚେତନତା କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି।

ସୂଚନାଯୋଗ୍ୟ, ଭାରତରେ ପ୍ରଥମ ଥର ପାଇଁ ଗତ ୧୫ ତାରିଖରେ ଜଣେ ବ୍ୟକ୍ତି ମଙ୍କିପକ୍ସ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲେ। କେରଳରେ ଚିହ୍ନଟ ‌ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଏବେ ସୁସ୍ଥ ହୋଇସାରିଛନ୍ତି।

Related Posts